XUV700 କ୍ରେତାମାନଙ୍କ ପାଇଁ ଖୁସି ଖବର; ମୂଲ୍ୟରେ ହୋଇଛି ହ୍ରାସ.. ପ୍ରକୃତରେ କାହିଁକି ଶସ୍ତାରେ ମିଳୁଛି କାର?

ମହିନ୍ଦ୍ରା ନିଜର ଲୋକପ୍ରିୟ SUV XUV700 ର ମୂଲ୍ୟରେ ଯଥେଷ୍ଟ ହ୍ରାସ କରିଛି । XUV 700 ଦୁଇଟି ପ୍ରକାରରେ ଆସେ । ଏଥିରେ ଏକ ୨.୦-ଲିଟର mStallion ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଏବଂ ୨.୨-ଲିଟର mHawk ଡିଜେଲ ଇଞ୍ଜିନ ମିଳିଥାଏ ।

XUV700 କ୍ରେତାମାନଙ୍କ ପାଇଁ ଖୁସି ଖବର; ମୂଲ୍ୟରେ ହୋଇଛି ହ୍ରାସ.. ପ୍ରକୃତରେ କାହିଁକି ଶସ୍ତାରେ ମିଳୁଛି କାର?

XUV700 କ୍ରେତାମାନଙ୍କ ପାଇଁ ଖୁସି ଖବର; ମୂଲ୍ୟରେ ହୋଇଛି ହ୍ରାସ.. ପ୍ରକୃତରେ କାହିଁକି ଶସ୍ତାରେ ମିଳୁଛି କାର?

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ମହିନ୍ଦ୍ରା ନିଜର ଲୋକପ୍ରିୟ SUV XUV700 ର ମୂଲ୍ୟରେ ଯଥେଷ୍ଟ ହ୍ରାସ କରିଛି । ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ, ମହିନ୍ଦ୍ରା ଏବଂ ମହିନ୍ଦ୍ରା XUV700 SUV ର ସିଲେକ୍ଟ ଭାରିଆଣ୍ଟର ମୂଲ୍ୟ ୬୦୦୦ ଟଙ୍କାକୁ ହ୍ରାସ କରିଛନ୍ତି । XUV 700 ଦୁଇଟି ପ୍ରକାରରେ ଆସେ । ଏଥିରେ ଏକ ୨.୦-ଲିଟର mStallion ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଏବଂ ୨.୨-ଲିଟର mHawk ଡିଜେଲ ଇଞ୍ଜିନ ମିଳିଥାଏ । ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଓ ଅଟୋମେଟିକ୍ ଗିଅରବକ୍ସ ସହିତ ଆସିଥାଏ ।

ପେଟ୍ରୋଲ ଇଞ୍ଜିନ୍ ସହିତ ଆସୁଥିବା AX5 5S MT, AX5 7S MT, AX7 MT, AX5 5S AT ଓ AX7 AT ମଡେଲଗୁଡିକର ମୂଲ୍ୟ ହ୍ରାସ ପାଇଛି । ଏହା ବ୍ୟତୀତ ଡିଜେଲ ରେଞ୍ଜରେ AX5 5S MT, AX5 7S MT, AX7 7S MT, AX5 5S AT, AX5 7S AT, AX7 AT ଓ AX7 AWD AT ଭାରିଆଣ୍ଟଗୁଡ଼ିକର ମୂଲ୍ୟ ହ୍ରାସ କରାଯାଇଛି ।

କମ୍ପାନୀ କିଛି ଫିଚର୍ସ ହଟାଇ ଦେଇଛି

ଚଳିତ ବର୍ଷ ଆରମ୍ଭରେ, କମ୍ପାନୀ ମହିନ୍ଦ୍ରା XUV700 ର ଭ୍ୟାରିଏଣ୍ଟ-ୱାଇଜ ଫିଚର୍ସକୁ ସଂଶୋଧନ କରିଥିଲା ​​। AX3 ମଡେଲରେ ବର୍ତ୍ତମାନ ରିୟର ୱାଇପର ଓ ଡିଫାଙ୍ଗର ନାହିଁ । କମ୍ପାନୀ AX3 ର କବାଟ ଏବଂ ବୁଟ୍-ଲିଡ୍ ପାଇଁ ସିଲେକ୍ଟିଭ୍ ଅନଲକ୍ ଫଙ୍କସନ୍ ମଧ୍ୟ ଅପସାରଣ କରିଛି । AX5 ଏବଂ AX7 ଭେରିଏଣ୍ଟ ଏବେ LED ସିକ୍ୱେନ୍ସିଏଲ ସୂଚକ ସହିତ ଆସିବ ନାହିଁ । କମ୍ପାନୀ ଷ୍ଟପ୍ ଏବଂ ଗୋ ଫଙ୍କସନ୍ ସହିତ ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲକୁ ମଧ୍ୟ ହଟାଇ ଦେଇଛି । ଅନ୍ୟ ପଟେ, SUV ର AX7 ଏବଂ AX7L ଭ୍ୟାରିଏଣ୍ଟ କ୍ରୁଜ୍ କଣ୍ଟ୍ରୋଲ୍ ଓ ଏଲଇଡି ସିକ୍ୱେନ୍ସିଏଲ ଟର୍ନ ଇଣ୍ଡିକେଟର ସହିତ ଆସିଥାଏ ।
Published by:Soubhagya Mishra
First published: