ମହେଶ ଭଟ୍ଟଙ୍କ Sadak 2ର ଟ୍ରେଲର୍ ବିଶ୍ୱର ୨ୟ ସବୁ ଠାରୁ ବେଶୀ ନାପସନ୍ଦ ହୋଇଥିବା ଭିଡିଓ!

‘ସଡ଼କ ୨’ର ଟ୍ରେଲର୍ ୧ କୋଟି ୧୬୫ ଲକ୍ଷ ଡିସଲାଇକ୍ ପାଇ ଜଷ୍ଟିନ ବିଏବରଙ୍କ ‘ବେବି’କୁ ପଛରେ ପକେଇ ଦେଇଛି । ‘‘ବେବି’’କୁ ୧ କୋଟି ୧୬୩ ଲକ୍ଷ ଡିସଲାଇକ ମିଲିଥିଲା । Sadak 2 ବଲିଉଡରେ ଭାଇ-ଭଣଜାବାଦର ଉଦାହରଣ ବୋଲି ଲୋକେ ଭାବୁଛନ୍ତି ।

ମହେଶ ଭଟ୍ଟଙ୍କ Sadak 2ର ଟ୍ରେଲର୍ ବିଶ୍ୱର ୨ୟ ସବୁ ଠାରୁ ବେଶୀ ନାପସନ୍ଦ ହୋଇଥିବା ଭିଡିଓ!
ସଡ଼କ ୨ର ଏକ ଦୃଶ୍ୟ
  • News18 Odia
  • Last Updated: August 20, 2020, 3:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମହେଶ ଭଟ୍ଟଙ୍କ (Mahesh Bhatt) ନିର୍ଦ୍ଦେଶିତ ‘ସଡ଼କ ୨’ (Sadak 2) ର ଟ୍ରେଲର ଅଗଷ୍ଟ ୧୨ରେ ୟୁଟ୍ୟୁବରେ ପଡ଼ିବା ପର ଠାରୁ ୟୁଟ୍ୟୁବ ଇଣ୍ଡିଆର ସବୁ ଠାରୁ ବେଶୀ ଟ୍ରେଣ୍ଡ କରୁଥିବା ଭିଡିଓ ହୋଇଛି । ହେଲେ ୬ କୋଟିରୁ ଅଧିକ ଭ୍ୟୁ ଓ ହଜାର ହଜାର କମେଣ୍ଟସ୍‌ ପରେ ଆଲିଆ ଭଟ୍ଟ (Alia Bhatt), ପୂଜା ଭଟ୍ଟ (Pooja Bhatt), ସଞ୍ଜୟ ଦତ୍ତ (Sanjay Dutt) ଓ ଆଦିତ୍ୟ ରୟ କାପୁରଙ୍କ (Aditya Roy Kapoor) ଅଭିନୀତ ଏହି ଫିଲ୍ମଟି ଏକ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ପହଞ୍ଚିଛି । ‘ସଡ଼କ ୨’ ସମଗ୍ର ବିଶ୍ୱରେ ଦ୍ୱିତୀୟ ସବୁ ଠାରୁ ଅଧିକ "ନାପସନ୍ଦ" କରାଯାଇଥିବା ଭିଡିଓ ହେବାର ବିରଳ ସଫଳତା ହାସଲ କରିଛି ।

ଭଟ୍ଟଙ୍କ ଏହି ଫିଲ୍ମର ଟ୍ରେଲର୍‌ ବର୍ତ୍ତମାନ ୧ କୋଟି ୧୬୫ ଲକ୍ଷ ଡିସଲାଇକ୍‌ (ନାପସନ୍ଦ) ପାଇ ଜଷ୍ଟିନ ବିଏବରଙ୍କ "ବେବି"କୁ ପଛରେ ପକେଇ ଦେଇଛି । ‘‘ବେବି’’କୁ ୧ କୋଟି ୧୬୩ ଲକ୍ଷ ଡିସଲାଇକ ମିଲିଥିଲା ଓ ତାହା ବିଶ୍ୱର ସବୁ ଠାରୁ ବେଶୀ ନାପସନ୍ଦ ହୋଇଥିବା ଭିଡିଓ ରୂପେପ୍ରାୟ ୧୦ ବର୍ଷ ଧରି ସ୍ଥାନ ଅଧିକାର କରିଥିଲା ।

‘ସଡ଼କ ୨’କୁ (Sadak 2) ଏତେ ଅଧିକ ସଂଖ୍ୟାରେ ନାପସନ୍ଦ କରାଯିବାର ମୁଖ୍ୟ କାରଣ ହେଉଛି ଯେ ଏହି ଫିଲ୍ମଟି ବଲିଉଡରେ ଭାଇ-ଭଣଜାବାଦର (nepotism, ପ୍ରିୟାପ୍ରୀତି ତୋଷଣ) ଉଦାହରଣ ବୋଲି ଲୋକେ ଭାବୁଛନ୍ତି । ବିଶେଷ କରି ବର୍ତ୍ତମାନ ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ତାଙ୍କ କ୍ରୋଧିତ ପ୍ରଶଂସକମାନେ ନ୍ୟାୟ ପାଇଁ ଦାବି ଉଠାଉଥିବା ବେଳେ ଏହି ଫିଲ୍ମର ଟ୍ରେଲର ଆସିଥିବାରୁ ଏହାକୁ ଏମିତି ପ୍ରତିକ୍ରିୟା ମିଳିଥିବା କୁହାଯାଉଛି ।



‘ସଡ଼କ ୨’ ବର୍ତ୍ତମାନ ୟୁଟ୍ୟୁବରେ ସର୍ବାଧିକ ନାପସନ୍ଦ ହୋଇଥିବା ଭିଡିଓ ହେବାର ରେକର୍ଡ ପାଇଛି । ଏହାର ନାପସନ୍ଦ ଅନୁପାତ ୯୫% ରହିଛି। ନିକଟତମ ଦ୍ୱିତୀୟ ସ୍ଥାନଟି ସ୍ୱିଡେନର ୟୁଟ୍ୟୁବର୍ ପ୍ୟୁଡାଇପିଙ୍କର (Swedish YouTuber PewDiePie), ଯାହାଙ୍କ ଭିଡିଓର ୯୩% ନାପସନ୍ଦ ଅନୁପାତ ରହିଛି । ସେହି ଭିଡିଓର ନାମ "Can this video get 1 million dislikes?" । ସେହି ଭିଡିଓକୁ ୫ ନିୟୁତ "ନାପସନ୍ଦ" ମିଳିସାରିଛି ।



ମଜା କଥା ହେଉଛି ଯେ ୟୁଟ୍ୟୁବ୍‌ ପ୍ଲାଟଫର୍ମରେ ସବୁ ଠାରୁ ଅଧିକ ନାପସନ୍ଦ ହୋଇଥିବା ଭିଡିଓ କ୍ଷେତ୍ରରେ # 1 ସ୍ଥାନରେ ନିଜେ ୟୁଟ୍ୟୁବ୍ ଅଛି ୨୦୧୮ରେ ଅପଲୋଡ଼ ହୋଇଥିବା ସେହି ଭିଡିଓର ନାଁ ହେଉଛି "YouTube Rewind 2018: Everyone Controls Rewind" । ସେହି ଭିଡିଓକୁ ୧୮ ମିଲିୟନରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମୃତ୍ୟୁ ପର ଠାରୁ “ଷ୍ଟାର ପିଲା”ମାନଙ୍କୁ ବଏକଟ୍‌ କରିବା ପାଇଁ ଏକ କ୍ୟାମ୍ପେନ ଚାଲିଛି । ଯେତେବେଳେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସଡ଼କ ୨’ର ଟ୍ରେଲର୍‌ ଆସିଲା, ସୁଶାନ୍ତଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିବାକୁ ତାଙ୍କ ଅନେକ ପ୍ରଶଂସକ ୟୁଟ୍ୟୁବ ଆଡ଼କୁ ମୁହାଁଇଥିଲେ ଓ କ୍ରୋଧରେ ଏହି ଆଗାମୀ ଫିଲ୍ମର ଟ୍ରେଲରକୁ ଡିସଲାଇକ୍‌ କରିଥିଲେ ।



‘ସଡ଼କ ୨’ ଟ୍ରେଲରର ଭିଡିଓକୁ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶର ଲୋକେ ଡାଉନଲୋଡ଼ କରିଥିଲେ ଓ ଡିସଲାଇକ୍‌ କରିଥିଲେ ।
Published by: Anand Shankar Thankur Das
First published: August 20, 2020, 3:20 PM IST
corona virus btn
corona virus btn
Loading