ଆଜି ମହାତ୍ମା ଗାନ୍ଧୀଙ୍କ ୭୩ ତମ ଶ୍ରାଦ୍ଧ ବାର୍ଷିକୀ; ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

Mahatma Gandhi Death Anniversary: ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'କୃତଜ୍ଞ ରାଷ୍ଟ୍ର ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି । ଯିଏ ଏହି ଦିନ ଶହୀଦ ହୋଇଥିଲେ । ଆମେ ତାଙ୍କର ଶାନ୍ତି, ଅହିଂସା, ସରଳତା, ଶୁଦ୍ଧତା ଓ ନମ୍ରତାର ଆଦର୍ଶକୁ ଅନୁସରଣ କରିବା ଉଚିତ୍ ।'

ଆଜି ମହାତ୍ମା ଗାନ୍ଧୀଙ୍କ ୭୩ ତମ ଶ୍ରାଦ୍ଧ ବାର୍ଷିକୀ; ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
ଆଜି ମହାତ୍ମା ଗାନ୍ଧୀଙ୍କ ୭୩ ତମ ଶ୍ରାଦ୍ଧ ବାର୍ଷିକୀ
  • News18 Odia
  • Last Updated: January 30, 2021, 11:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ମୃତ୍ୟୁ ବାର୍ଷିକୀ (73rd death anniversary of Gandhi) । ଏହି ଦିନ ୩୦ ଜାନୁୟାରୀ ୧୯୪୮ ରେ ତାଙ୍କୁ ନାଥୁରାମ ଗୋଡସେ ହତ୍ୟା କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ (President Ramnath Kovid) ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି 'ତାଙ୍କର ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ।' ରାଷ୍ଟ୍ରପତି ଲୋକମାନଙ୍କୁ ସେମାନଙ୍କର ସତ୍ୟ ଓ ପ୍ରେମର ପଥ ଅନୁସରଣ କରିବାକୁ ନିବେଦନ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'କୃତଜ୍ଞ ରାଷ୍ଟ୍ର ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି । ଯିଏ ଏହି ଦିନ ଶହୀଦ ହୋଇଥିଲେ । ଆମେ ଶାନ୍ତି, ଅହିଂସା, ସରଳତା, ଶୁଦ୍ଧତା ଓ ନମ୍ରତାର ଆଦର୍ଶକୁ ଅନୁସରଣ କରିବା ଉଚିତ୍ । ଆସନ୍ତୁ ସେମାନଙ୍କ ସତ୍ୟ ଓ ପ୍ରେମର ପଥରେ ଚାଲିବାକୁ ପ୍ରତିଜ୍ଞା କରିବା ।"



ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, 'ମହାନ ବାପୁଙ୍କୁ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି । ତାଙ୍କର ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ।ଶହୀଦ ଦିବସରେ ଆମେ ସେହି ସମସ୍ତ ମହାନ ମହିଳା ଓ ପୁରୁଷଙ୍କ ବୀରତ୍ୱର ବଳିଦାନକୁ ମନେ ପକାଇଥାଉ । ଯେଉଁମାନେ ଭାରତର ସ୍ୱାଧୀନତା ତଥା ପ୍ରତ୍ୟେକ ଭାରତୀୟଙ୍କ ମଙ୍ଗଳ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।



ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, 'ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ କୋଟି କୋଟି ପ୍ରଣାମ। ବିନମ୍ର ଶ୍ରଦ୍ଧାଞ୍ଜଳି ।"



କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ଅବସରରେ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନିଜ ପିତା ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଏକ କାର୍ଯ୍ୟକ୍ରମରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ନଜର ଆସିଛନ୍ତି ।



କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି ଲେଖିଛନ୍ତି, 'ଅହିଂସା ପୂଜାରୀ, ଶାନ୍ତିର ଦୂତ, 'ରାଷ୍ଟ୍ରପିତା' ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
Published by: Jagdish Barik
First published: January 30, 2021, 11:01 AM IST