ଧ୍ୱଂସାବଶେଷରେ ପରିଣତ ହୋଇଛି ମହାତ୍ମା ଗାନ୍ଧିଙ୍କ ବିଦେଶୀ ଶିଷ୍ୟ ମୀରାବେନଙ୍କ କୁଟୀର;
News18 Odia Digital
ଋଷିକେଶ: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବିଦେଶୀ ଶିଷ୍ୟ ମୀରାବେନ୍ (ମ୍ୟାଡଲିନ୍ ସ୍ଲେଡ୍) ସ୍ବାଧୀନତା ସଂଗ୍ରାମରେ ଦେଇଥିବା ଅବଦାନ ପାଇଁ ସାରା ଦେଶରେ ବେଶ୍ ଜଣାଶୁଣା। ଦେଶ ସ୍ୱାଧୀନ ହେବା ପରେ ମୀରାବେନ ଶାନ୍ତି ସନ୍ଧାନରେ ଋଷିକେଶର ଗଙ୍ଗା କୂଳରେ ପହଞ୍ଚି ସେଠାରେ ନିଜର କୁଟୀର ନିର୍ମାଣ କରିଥିଲେ ଯାହା ଆଜି ଧ୍ୱଂସାବଶେଷରେ ପରିଣତ ହୋଇଛି।
ପଶୁଲୋକ ଆଶ୍ରମ ପ୍ରତିଷ୍ଠା ପାଇଁ ୧୯୪୮ ମସିହାରେ ବନ ବିଭାଗ ଦ୍ବାରା ମୀରାବେନଙ୍କୁ ୨,୧୪୬ ଏକର ଜମି ଦିଆଯାଇଥିଲା। ପଶୁଲୋକ ଆଶ୍ରମ ପ୍ରତିଷ୍ଠା କରିବା ସହିତ ସେ ୬୩ ବିଗା ଜମିରେ ସ୍ମୃତି ଔଷଧ ଜଙ୍ଗଲ ଆରମ୍ଭ କରିଥିଲେ । ଏହା ପରେ ସେ ଗଙ୍ଗା ନଦୀ କୂଳରେ ଆଧ୍ୟାତ୍ମିକ ଅଭ୍ୟାସ ପାଇଁ ଏକ କୁଟୀର ନିର୍ମାଣ କରିଥିଲେ ।
ଋଷିକେଶର ଗଙ୍ଗା କୂଳରେ ଜଙ୍ଗଲ ମଝିରେ ନିର୍ମିତ ମୀରାବେନଙ୍କ କୁଟୀର ଏବେ ଧ୍ୱଂସ ହୋଇଯାଇଛି। ଏହାର ଚାରିପାଖରେ ମଇଳା ବିସ୍ତାର ହୋଇଛି । ମୀରାବେନ ସହିତ ଜଡ଼ିତ କିଛି ଏଠାରେ ନାହିଁଯ । ବନ ବିଭାଗ ଏ ବିଷୟରେ କହିଛି ଯେ ମୀରାବେନଙ୍କ କୁଟୀରକୁ ସ୍ମାରକ ରୂପେ ପ୍ରସ୍ତୁତ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।