'ସାଇବାବାଙ୍କ ପରି ରାହୁଲ ଗାନ୍ଧିଙ୍କ ଭାବନା, ତାଙ୍କୁ ଆଶୀର୍ବାଦ ମିଳିବ, ଶିରିଡ଼ିରେ କହିଲେ ରବର୍ଟ ଭଦ୍ରା

ସାଇ ବାବା ମନ୍ଦିରରେ ପ୍ରାର୍ଥନା କରିବା ସମୟରେ ଭଦ୍ରା କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ଏକ ଆଧ୍ୟାତ୍ମିକ ନେତା (ସାଇ ବାବା)ଙ୍କ ଭଳି ଅଟେ, ଯିଏ ସେ ଏକତା ପ୍ରଚାର କରିଥିଲେ ।

'ସାଇବାବାଙ୍କ ପରି ରାହୁଲ ଗାନ୍ଧିଙ୍କ ଭାବନା, ତାଙ୍କୁ ଆଶୀର୍ବାଦ ମିଳିବ, ଶିରିଡ଼ିରେ କହିଲେ ରବର୍ଟ ଭଦ୍ରା

'ସାଇବାବାଙ୍କ ପରି ରାହୁଲ ଗାନ୍ଧିଙ୍କ ଭାବନା, ତାଙ୍କୁ ଆଶୀର୍ବାଦ ମିଳିବ, ଶିରିଡ଼ିରେ କହିଲେ ରବର୍ଟ ଭଦ୍ରା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭେଣୋଇ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ରବିବାର କହିଛନ୍ତି, ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡ ଯାତ୍ରା' ଦେଶରେ ଏକ ପରିବର୍ତ୍ତନ ଆଣିବ କାରଣ ହଜାର ହଜାର ଲୋକ ଏଥିରେ ଯୋଗ ଦେଉଛନ୍ତି ଏବଂ ତାଙ୍କୁ ଭବିଷ୍ୟତର ଆଶା ଭାବରେ ଦେଖୁଛନ୍ତି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡ଼ି ସହରର ପ୍ରସିଦ୍ଧ ସାଇ ବାବା ମନ୍ଦିରରେ ପ୍ରାର୍ଥନା କରିବା ସମୟରେ ଭଦ୍ରା ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ଏକ ଆଧ୍ୟାତ୍ମିକ ନେତା (ସାଇ ବାବା)ଙ୍କ ଭଳି ଅଟେ, ଯିଏ ସେ ଏକତା ପ୍ରଚାର କରିଥିଲେ ।

'ଭାରତ ଯୋଡ ଯାତ୍ରା' ଉପରେ ସେ କହିଛନ୍ତି, ରାହୁଲ ଗାନ୍ଧି ଅନେକ ସ୍ଥାନକୁ ଯାଉଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଭେଟିଛନ୍ତି । ଲୋକମାନେ ବହୁ ସଂଖ୍ୟାରେ ଯୋଗ ଦେଉଛନ୍ତି ଭବିଷ୍ୟତରେ ପରିବର୍ତ୍ତନ ଆସିବ ଯେହେତୁ ରାହୁଲ ଗାନ୍ଧି ଲୋକଙ୍କ ପାଇଁ ଏକ ନୂତନ ଭରସା ଭାବରେ ଉଭା ହୋଇଛନ୍ତି । ସେମାନେ ଦଳ (କଂଗ୍ରେସ) କୁ ପରିହାସ କରିବେ, କିନ୍ତୁ ରାହୁଲ, ପ୍ରିୟଙ୍କା (ଗାନ୍ଧି ଭଦ୍ରା) ଅଟକିବେ ନାହିଁ । ଆମେ ଲୋକମାନଙ୍କ ସହିତ ଅଛୁ ଏବଂ ସେମାନଙ୍କ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବୁ ।

ସେ କହିଛନ୍ତି ଯେ ଗାନ୍ଧି ପରିବାର ଲୋକଙ୍କ ଠାରୁ ଅପାର ପ୍ରେମ ଲାଭ କରୁଛନ୍ତି ଏବଂ ନବ ନିର୍ବାଚିତ କଂଗ୍ରେସ ସଭାପତି (ମଲ୍ଲିକାର୍ଜୁନ ଖଡଗେ ) ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ। "ଯେଉଁମାନେ ବିଦାୟ ନେବାକୁ ଚାହାଁନ୍ତି ସେମାନେ ଯାଇପାରନ୍ତି, କିନ୍ତୁ ଯେଉଁମାନେ ରହିଛନ୍ତି ସେମାନେ ସୋନିଆ ଗାନ୍ଧିଙ୍କ ବଳିଦାନ, ରାହୁଲ ଓ ପ୍ରିୟଙ୍କାଙ୍କ ଉଦ୍ୟମକୁ ବୁଝିବେ ବୋଲି ସେ ଦଳ ଛାଡିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି । ସାଇ ବାବାଙ୍କ ଏକତାର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ଆମ ଦେଶ ଅନେକ ସଙ୍କଟର ସମ୍ମୁଖୀନ ହେଉଛି । ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ସାଇ ବାବାଙ୍କ ଭଳି । ଆଶା କରୁଛି ସେ ଆଶୀର୍ବାଦ (ସାଧୁଙ୍କ) ପାଇବେ । "
Published by:Soubhagya Mishra
First published: