ପ୍ରିୟ ଶିବ ସୈନିକ ! MVA ର ଖେଳକୁ ଚିହ୍ନନ୍ତୁ: ଏକନାଥ ସିନ୍ଦେ

ମହାରାଷ୍ଟ୍ର ରାଜନୀତିରେ ହଟଚମଟ କ୍ରମାଗତ ଭାବରେ ଚାଲିଛି ।  ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। 

ମହାରାଷ୍ଟ୍ର ରାଜନୀତିରେ ହଟଚମଟ କ୍ରମାଗତ ଭାବରେ ଚାଲିଛି ।

ମହାରାଷ୍ଟ୍ର ରାଜନୀତିରେ ହଟଚମଟ କ୍ରମାଗତ ଭାବରେ ଚାଲିଛି ।

  • Share this:
NEWS 18 ODIA DIGITAL


ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ହଟଚମଟ କ୍ରମାଗତ ଭାବରେ ଚାଲିଛି ।  ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଗୋଟିଏ ପଟେ ଉଦ୍ଧବ ଠାକରେ ନିଜେ ମାନସମନ୍ଥନ ପାଇଁ ମୈଦାନକୁ ଓହ୍ଲାଉଛନ୍ତି ତ ଅନ୍ୟପଟେ ବିଜେପି ବି ସକ୍ରିୟ ହୋଇସାରିଛି। ଏହି ସମୟରେ, ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ ଆସାମରେ ଥିବା ଏକନାଥ ସିନ୍ଦେ ୩୮ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ତାଙ୍କର ଜଣେ ସମର୍ଥକ ବିଧାୟକ ମଧ୍ୟ ନୂତନ ଶିବସେନା ଗଠନ କରାଯାଉଥିବା ଦାବି କରିଛନ୍ତି ।


ସେପଟେ ପୂର୍ବତନ ଠାନେ ମେୟର ତଥା ଶିବସେନା ଜିଲ୍ଲା ସଭାପତି ନରେଶ ମଃସ୍କେ ଏକନାଥ ସିନ୍ଦେଙ୍କ ସମର୍ଥନରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ସିଏମ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଏନସିପି ଦ୍ଵାରା ଶିବସେନା ତଳିତଳାନ୍ତ  ହୋଇଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ।


ବଡୋଦରା ଏବଂ ଦିଲ୍ଲୀ ଚକ୍କର କାଟିବା ପରେ ଶନିବାର ସକାଳେ ଗୌହାଟୀରେ ପହଞ୍ଚିଥିବା ଏକନାଥ ସିନ୍ଦେ ସମସ୍ତ ଶିବ ସୈନକଙ୍କୁ ସମ୍ବୋଧିତ କରି ସନ୍ଧ୍ୟାରେ ଏକ ଟୁଇଟ୍ କରିଛନ୍ତି । ସେ କହିଥିଲେ ଯେ ତୁମେ ଭଲଭାବେ ବୁଝିଛ, MVA ର ଖେଳକୁ ବୁଝ । ମୁଁ ଶିବସେନା ଏବଂ ଶିବ ସୈନିକ ମାନଙ୍କୁ MVA ଭଳି ଅଜଗର  କବଳରୁ ମୁକ୍ତ କରିବାକୁ ସଂଗ୍ରାମ କରୁଛି | ଏହି ଲଢ଼େଇ ସମସ୍ତ ଶିବ ସୈନିକଙ୍କ ଲାଭ ପାଇଁ |


ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବେନାହିଁ ଏବଂ ସେନା ଶେଷ ପର୍ଯ୍ୟନ୍ତ ଲଢିବ ବୋଲି ‘ଶିବସେନା’ର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇ କହିଛନ୍ତି । ଯେଉଁମାନେ ଯିବାକୁ ଚାହାଁନ୍ତି, ସେମାନେ ଅବାଧରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢ଼ିବି ବୋଲି ଦଳର କର୍ପୋରେଟର୍‌ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି।

ସେ ଏକଥା ବି କହିଛନ୍ତି, ଯଦି ଜଣେ ଶିବସେନା କର୍ମୀ ମୁଖ୍ୟମନ୍ତ୍ରୀ ହେବ, ତେବେ ବିଜେପି ସହ ମେଣ୍ଟ କର । କିନ୍ତୁ, ଯଦି ଉପମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମତେ କହିବା ଦରକାର ଥିଲା । ମୁଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ ଦେଇଥାଆନ୍ତି।


ବିଜେପି ସହିତ ମେଣ୍ଟ କରିବା ଛଡ଼ା ବିଦ୍ରୋହୀ ଗୋଷ୍ଠୀଙ୍କର ଅନ୍ୟ ଉପାୟ ନାହିଁ । ଯଦି ସେମାନେ ସରକାର ଗଢ଼ିବାରେ ସଫଳ ହୁଅନ୍ତି ସେ ସରକାର ବେଶୀ ଦିନ ତିଷ୍ଠିବ ନାହିଁ । କାରଣ ବିଦ୍ରୋହୀ ଗୋଷ୍ଠୀରେ ମଧ୍ୟ ଅନେକ ବିଧାୟକ ମଧ୍ୟ ବାସ୍ତବରେ ଖୁସି ନାହାନ୍ତି ବୋଲି ଠାକ୍‌ରେ କହିଛନ୍ତି ।
Published by:Soubhagya Mishra
First published: