ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ପୁଣି ଜଳିଲା କୁଶ ପୁତ୍ତଳିକା

ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି।

ମହାରାଷ୍ଟ୍ର ରାଜନୈତିକ ସଂକଟ

ମହାରାଷ୍ଟ୍ର ରାଜନୈତିକ ସଂକଟ

  • Share this:
News18 Odia Digital

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ଏହି ସଙ୍କଟରେ ଭାରତୀୟ ଜନତା ପାର୍ଟିର ଏଣ୍ଟ୍ରୀ ପରେ ଘଟଣାରେ ନୂଆ ଟ୍ବିଷ୍ଟ ଆସିଛି।

ଅନ୍ୟପଟେ ଶିବସେନାର ଅନ୍ୟଜଣେ ବିଧାୟକ ବିରୋଧୀଙ୍କ ଟିମରେ ଯୋଡ଼ି ହୋଇଛନ୍ତି। ଏହାସହ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ହୋଇ ୪୮ରେ ପହଞ୍ଚିଛି । ଅନେକ ସ୍ଥାନରେ ହିଂସା ବଢୁଥିବାବେଳେ ଶିବସେନା ଉପରେ ନିୟନ୍ତ୍ରଣ ଦାବି କରିଛନ୍ତି ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ।  ବିଧାୟକଙ୍କ ସୁରକ୍ଷା ପାଇଁ ରାଜ୍ୟପାଳ ଡିଜିପିଙ୍କୁ କହିଛନ୍ତି।

ଉଦ୍ଧବଙ୍କ ସମର୍ଥକ ବିଦ୍ରୋହୀ ନେତାଙ୍କ କୁଶ ପୁତ୍ତଳିକାକୁ ଜୋତାରେ ପିଟିବା ସହ ଦାହ କରିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଠାକରେ ଓ ସିନ୍ଦେଙ୍କ ସମର୍ଥକ ଏପରି ଘଟାଇଥିବା କୁହାଯାଉଛି । ସଂଜୟ ରାଉତ ହିଂସାକାଣ୍ଡ କରିବା ନେଇ ପ୍ରୋତ୍ସାହନ ଦେଉଥିବାରୁ ଅନେକ ସ୍ଥାନରେ ଉତ୍ତେଜନା ବଢୁଛି ।

ରାଜ୍ୟପାଳ ଭଗତ ସିଂହ କୋସିୟାରୀ ମାମଲାର ହସ୍ତକ୍ଷପ କରିଥିବା ପ୍ରଥମ ଥର ଦେଖିବାକୁ ମିଳିଛି । ଏହାସହ ଡିଜିପିଙ୍କୁ ଚିଠି ଲେଖି ବିଦ୍ରୋହୀ ବିଧାୟକଙ୍କ ସମେତ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ କହିଛନ୍ତି । ଶିବସେନା ବିଦ୍ରୋହୀ ବିଧାୟକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

ସେପଟେ ସିନ୍ଦେଙ୍କ ଦଳ ଗୌହାଟି ହୋଟେଲରେ ସୁରକ୍ଷା ବାବଦରେ ବୈଠକରେ ଆଲୋଚନା କରିଛନ୍ତି । ଆସନ୍ତା ଦୁଇଦିନ ଭିତରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା କଥା ସାମ୍ନାକୁ ଆସିଛି ।
Published by:Soubhagya Mishra
First published: