News18 Odia Digital
ନୂଆ ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବୈଠକ ଗତକାଲି ସନ୍ଧ୍ୟାରେ ବସିଥିଲା । ବୈଠକରେ ଶରଦ ପାୱାର ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ । ୨ ଘଣ୍ଟା ଧରି ତମାମ ଆଲୋଚନା ପରେ ସେମାନେ ମାତୋଷ୍ରି ରୁ ବାହାରି ଯାଇଛନ୍ତି । ସନ୍ଧ୍ୟା ୬ଟାରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ୮ଟା ୨୦ରେ ସରିଥିଲା ।
ଉଦ୍ଧବ ଠାକରେ କହିଛନ୍ତି, ଆମର ନିଜ ଲୋକମାନେ ଆମ ପିଠିରେ ଛୁରୀ ଭୂଷିଛନ୍ତି । ଆଜି କଂଗ୍ରେସ-ଏନସିପି ଆମକୁ ସମର୍ଥନ କରୁଛି । ଶରଦ ପାୱାର ଏବଂ ସୋନିଆ ଗାନ୍ଧୀ ଆମକୁ ସମର୍ଥନ କରୁଛନ୍ତି, କିନ୍ତୁ ଆମର ନିଜ ଲୋକମାନେ ଆମ ପିଠିରେ ଛୁରୀ ଭୂଷିଛନ୍ତି । ଆମେ ସେହି ଲୋକମାନଙ୍କୁ ଟିକେଟ ଦେଇଥିଲୁ ଯେଉଁମାନେ କେବେବି ଜିତିପାରିନଥାନ୍ତେ । ହେଲେ ଟିକେଟ ଦେଇ ଆମେ ତାଙ୍କୁ ଜିତାଇଲୁ । ସେହି ଲୋକମାନେ ହିଁ ଆମ ସହ ବିଶ୍ୱାସ ଘାତକତା କଲେ ।
ସେପଟେ ବିଧାନସଭା ସଚିବାଳୟକୁ ଆଡଭୋକେଟ୍ ଜେନେରାଲ୍ ଆଶୁତୋଷ କୁମ୍ଭକୋନିଙ୍କୁ ଡକାଯାଇଥିଲା । ସାଂପ୍ରତିକ ରାଜନୈତିକ ସଙ୍କଟ ଉପରେ ତାଙ୍କର ଆଇନଗତ ମତାମତ ଲୋଡା ଯାଇଛି । ଶିବସେନା ଅନୁରୋଧ ଅନୁଯାୟୀ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟତା ଘୋଷଣା ନେଇ ଆଲୋଚନା ହୋଇଥିଲା । ୧୬ ବିଦ୍ରୋଙ୍କୁ ଜବାବ୍ ମାଗିଛନ୍ତି ଡେପୁଟି ସ୍ପିକର ।
ଅନ୍ୟପଟେ ଏକନାଥ ସିନ୍ଦେ ବି ଜଣେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ସେ ରାଜ୍ୟର ଜଣେ ବଡ ଆଇନ ବିଶେଷଜ୍ଞଙ୍କୁ ଭେଟିଛନ୍ତି । ଏକନାଥ ସିନ୍ଦେ ହୋଟେଲ ଛାଡି କିଛି ସମୟ ପରେ ନିଜେ ହୋଟେଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।