News18 Odia Digital
ମୁମ୍ୱାଇ: ମହାରାଷ୍ଟ୍ର(Maharastr)ରେ ପୁଣି ଥରେ ରାଜନୈତିକ ଚର୍ଚ୍ଚା ବୃଦ୍ଧି ପାଇଛି। ନିର୍ବାଚନ ପ୍ରତୀକ(Election Symbol) ଓ ଶିବସେନା(Shivsena)ଙ୍କ ନାମ ନିର୍ବାଚନ ଆୟୋଗ (Election Commission) ଦ୍ୱାରା ସିନ୍ଦେ ଦଳକୁ ଦିଆଯାଇଛି। ଏହି ସମୟରେ, ଖବର ଆସୁଛି ଯେ ସିନ୍ଦେ ଦଳ ମଧ୍ୟ ଶିବସେନା(Shivsena) ଭବନ ଦାବି କରିପାରିବେ। ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ସିନ୍ଦେ ଗୋଷ୍ଠୀର ନାମ ଓ ପ୍ରତୀକ ପାଇବା ପରେ ଶିବସେନା ବାସ ଭବନ ଉପରେ କାହାର ଅଧିକାର ରହିବ?
ମଧ୍ଯରାତ୍ରୀରେ ପଲଟିଗଲା ଖେଳ; ବିଧାୟକ ଦଳ ନେତାଙ୍କୁ ବିଦା କଲେ ନୂଆ ବାଚସ୍ପତିଶିବସେନା ଭବନରେ ଆନୁଷ୍ଠାନିକ ଭାବରେ ଶିବସେନା କାର୍ଯ୍ୟାଳୟ ଓ ସମସ୍ତ ସଭା ଅନୁଷ୍ଠିତ ହୋଇଥାଏ। ଏହା ଠାକେର ପରିବାରର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ବରଂ ଏହା ଅଫିସ୍ ନାମରେ ପଞ୍ଜିକୃତ ହୋଇଛି। ଏହି ପରିସ୍ଥିତିରେ ଏକନାଥ ସିନ୍ଦେ ଦଳକୁ ଶିବସେନା ବିଲ୍ଡିଂ ମିଳିପାରେ। ଉଦ୍ଧବ ଠାକରେ ତାଙ୍କର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହ ଆଜି ଅପରାହ୍ନ ୧ ଟାରେ ମାତୋଶ୍ରୀ ଏକ ବୈଠକ କରିବେ। ଏହି ବୈଠକରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯିବ। ଯଦି ଏପରି ହୁଏ ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଏ।
ECIର ବଡ଼ ନିର୍ଦ୍ଦେଶ: 'ଧନୁ ଓ ତୀର' ପ୍ରତୀକ ବ୍ୟବହାର କରିପାରିବେନି ସିନ୍ଦେ ଓ ଠାକରେ ଗୋଷ୍ଠୀ୮ ମାସ ତଳେ ଗତବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ଗୋଷ୍ଠୀ ଠାରୁ ବିଦ୍ରୋହ କରି ଦୂରେଇ ୟାଇଥିଲେ ଏକନାଥ ସିନ୍ଦେ ଗୋଷ୍ଠୀ । ୫୬ ବିଧାୟକଙ୍କ ମଧ୍ୟରୁ ୪୦ ଏବଂ ୧୮ ଲୋକସଭା ସାଂସଦଙ୍କ ମଦ୍ୟରୁ ୧୩ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ ଏକନାଥ ସିନ୍ଦେ । ପରେ ବିଜେପି ସହ ମିଶି ସରକାର ଗଢ଼ିଥିବା ବେଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନଭିସ୍ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦଳୀୟ ନାମ ଓ ଚିହ୍ନକୁ ନେଇ ବିବାଦ ଦେଖା ଦେଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।