ଉଦ୍ଧବ କ୍ୟାବିନେଟର ବଡ଼ ନିଷ୍ପତ୍ତି
News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଉଦ୍ଧବ କ୍ୟାବିନେଟ ଔରଙ୍ଗାବାଦର ସାମ୍ଭାଜୀ ନଗର ଓ ଓସମାନାବାଦକୁ ଧାରାଶିବ ନାମରେ ନାମିତ କରିବାକୁ ଅନୁମୋଦନ କରିଛି। ସେହିଭଳି ନଭି ମୁମ୍ବାଇ ବିମାନବନ୍ଦରର ନାମକୁ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରିବାର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।
ଗତକାଲି ରାଜ୍ୟ ମନ୍ତ୍ରୀ ଅନିଲ ପରବ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ ଔରଙ୍ଗାବାଦର ନାମ ସମ୍ଭାଜୀ ନଗରରେ ପରିବର୍ତ୍ତନ କରାଯାଉ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି କ୍ୟାବିନେଟରେ ନିଆଯାଇଥିବା ଏହି ନିଷ୍ପତ୍ତିରେ କଂଗ୍ରେସ ଓ ଏନସିପି ଅସନ୍ତୁଷ୍ଟ।
ଉଦ୍ଧବ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକ ସମୟରେ ଆସିଛି ଯେତେବେଳେ ମହାରାଷ୍ଟ୍ର ସରକାର ରାଜନୈତିକ ସଙ୍କଟରେ ପଡ଼ିଛନ୍ତି।
ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଗୌହାଟୀ ଚାଲିଯାଇଛନ୍ତି। ଜୁନ ୩୦ରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ଓ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହେଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।