ମଧ୍ଯରାତ୍ରୀରେ ପଲଟିଗଲା ଖେଳ; ବିଧାୟକ ଦଳ ନେତାଙ୍କୁ ବିଦା କଲେ ନୂଆ ବାଚସ୍ପତି

ବିଧାୟକ ‌ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧୁରୀଙ୍କୁ ବିଦା କରିଛନ୍ତି ନୂଆ ବାଚସ୍ପତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଛି। 

cm ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)

cm ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସୋମବାର ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ନବନିଯୁକ୍ତ ବାଚସ୍ପତି ଉଦ୍ଧବ ସରକାରଙ୍କୁ ଏକ ଝଟକା ଦେଇଛନ୍ତି। ବିଧାୟକ ‌ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧୁରୀଙ୍କୁ ବାଚସ୍ପତି ବିଦା କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ଚିଠି ଜାରି କରାଯାଇଛି।

କୌତୁହଳର ବିଷୟ, ଶିବସେନା, ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଉଭୟ ଦଳ ବାଚସ୍ପତି ନିର୍ବାଚନରେ ​​ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଦଳର ବିଧାୟକଙ୍କୁ ପୃଥକ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଉଭୟ ପରସ୍ପରକୁ ହ୍ୱିପ ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ଉଦ୍ଧବ ଠାକରେଙ୍କ ଶିବିରର ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ୩୯ ଜଣ ବିଧାୟକ ଦଳର ହ୍ବିପ ଅନୁସରଣ କରୁନାହାଁନ୍ତି। ସେ ରାଜ୍ୟସଭାରୁ ଏଭଳି ବିଧାୟକଙ୍କ ଅଯୋଗ୍ୟତା ଦାବି କରିଛନ୍ତି।  ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ସୋମବାର ଆସ୍ଥା ଭୋଟ ପୂର୍ବରୁ ଗୋଗୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ବିପ୍ ମାନିବାକୁ ବାଧ୍ୟ ହେବେ। ଯଦି ଏହି ୧୬ ବିଧାୟକ ହ୍ବିପକୁ ନମାନନ୍ତି ତା’ହେଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି।

ଏଥିସହିତ ସିନ୍ଦେଙ୍କୁ ବିଧାୟକ ଦଳ ‌ନେତାଭାବେ ପୁନଃ ଅବସ୍ଥାପିତ କରାଯାଇଛି। ସେହିଭଳି ସ‌ିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ବୀକୃତି ଦିଆଯାଇଛି। ପୂର୍ବରୁ ଏହି ପଦରେ ରହିଥିବା ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି।
Published by:Soumya Das
First published: