ସଡ଼କ ଦୁର୍ଘଟଣାରେ ବିଧାୟକଙ୍କ ପୁଅଙ୍କ ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)
News18 Odia Digital
ମହାରାଷ୍ଟ୍ର: ମହାରାଷ୍ଟ୍ରର ସେଲସୁରା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅଙ୍କ ନାମ ମଧ୍ୟ ରହିଛି।
ସୋମବାର ରାତି ପ୍ରାୟ ୧୧.୩୦ ସମୟରେ ଏହି ଘଟଣା ଘଟିଛି। ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରମାନେ ୱାର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲେ।
ଖବର ମୁତାବକ, ସମସ୍ତେ ସାୱାଙ୍ଗିରେ ଏକ ମେଡ଼ିକାଲ କଲେଜର ଛାତ୍ର ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ନିୟନ୍ତ୍ରଣ ବାହାରକୁ ଯାଇ ବ୍ରିଜ ଭାଙ୍ଗି ନଦୀରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛାତ୍ର ୨୫ ରୁ ୩୫ ବର୍ଷ ବୟସରେ ଥିଲେ। ବର୍ତ୍ତମାନ ପୋଲିସ ଓ ପ୍ରଶାସନ ଏନେଇ ଅଧିକ ତଦନ୍ତ କରୁଛନ୍ତି। ମୃତକଙ୍କ ନାମ ନୀରଜ ଚାଭନ, ଅଭିଷ ରାହଙ୍ଗଦେଲ, ନୀତେଶ ସିଂ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂ, ଶୁଭମ ଜୈସୱାଲ ଓ ପୱନ ଶକ୍ତି ବୋଲି ଜଣାପଡିଛି। ତିରୋଡା ଗୋରେଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ରାହଙ୍ଗଦେଲ ବିଧାୟକ ଅଛନ୍ତି।
Published by:Soumya Das
First published: