News18 Odia Digital
Maharashtra Politics: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସମସ୍ୟା ପୁଣି ବଢ଼ିଲା। ମହାରାଷ୍ଟ୍ରରେ କ୍ଷମତା ହରାଇବା ପରଠାରୁ ଉଦ୍ଧବ ଠାକରେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଏଥିରେ ମଧ୍ୟ ବିଫଳ ହୋଇଥିବା ଜଣାପଡ଼ିଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବରିଷ୍ଠ ଦଳର ନେତା ତଥା ଶିବସେନାର ଡେପୁଟି ନେତା ଅର୍ଜୁନ ଖେତକର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ।
ସାକ୍ଷାତ ପରେ କଳ୍ପନାଜଳ୍ପନାଜାଲନା ଜିଲ୍ଲାରେ ଅର୍ଜୁନଙ୍କର ଭଲ ପ୍ରଭାବ ରହିଛି। ଏକନାଥ ସିନ୍ଦେଙ୍କ ସହ ଅର୍ଜୁନଙ୍କ ସାକ୍ଷାତ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରାଓସାହେବ ଦାନଭେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଅର୍ଜୁନ ଖୁବ୍ ଶୀଘ୍ର ଉଦ୍ଧବ ଠାକରେଙ୍କ ଦଳ ଛାଡ଼ି ଏକନାଥ ସିନ୍ଦେଙ୍କ ଶିବିରରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି।
ଏହି ବୈଠକର ଆଲୋଚନା ମଧ୍ୟ ଜୋରସୋରରେ ଚାଲିଛି, କାରଣ ଅର୍ଜୁନ ଦୁଇ ଦିନ ପୂର୍ବରୁ କହିଥିଲେ, ‘‘ମୁଁ ସାରା ଜୀବନ ଶିବସେନାରେ ରହିବି।’’ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଡେପୁଟି ନେତାଙ୍କ ଦାୟିତ୍ୱ ତାଙ୍କୁ ଦେଇଥିଲେ। କିନ୍ତୁ ଅର୍ଜୁନ ସୋମବାର ଦିନ ସିଧାସଳଖ ଦିଲ୍ଲୀରେ ପହଞ୍ଚି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
କୁହାଯାଉଛି ଯେ ଏକନାଥ ସିନ୍ଦେ ଅର୍ଜୁନ ଓ ରାଓସାହେବ ଦାନଭେଙ୍କ ମଧ୍ୟରେ ଏକ ଚୁକ୍ତି କରିଛନ୍ତି। ଉଭୟ ନେତା ଜାଲନାର ବାସିନ୍ଦା ଓ ୨୦୧୯ରେ ସେମାନଙ୍କ ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଥିଲା। ସେତେବେଳେ ଉଦ୍ଧବ ଠାକରେ ଦୁଇ ନେତାଙ୍କ ମଧ୍ୟରେ ମଧ୍ୟସ୍ଥତା କରି ବିବାଦର ସମାଧାନ କରିଥିଲେ। କିନ୍ତୁ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକ ଓ ସାଂସଦଙ୍କ ବିଦ୍ରୋହ ପରେ ଅର୍ଜୁନଙ୍କୁ କିଏ ସମର୍ଥନ କରିବ ବୋଲି ପ୍ରଶ୍ନ ଉଠୁଛି।
ଅର୍ଜୁନଙ୍କ ସମ୍ମୁଖରେ ପ୍ରଶ୍ନ ଉଠିଛି ଯେ ଯଦି ସେ ସିନ୍ଦେଙ୍କୁ ସମର୍ଥନ କରନ୍ତି ତେବେ ରାଓସାହେବ ଦାନଭେଙ୍କ ବିରୋଧରେ ଲଢ଼େଇରେ କ’ଣ ହେବ? କୁହାଯାଉଛି ଯେ ସିନ୍ଦେ ଉଭୟ ନେତାଙ୍କୁ ଏକାଠି କରିବାରେ ସଫଳ ହୋଇଛନ୍ତି। ହେଲେ ଅର୍ଜୁନ ଇଡିର ଟାର୍ଗେଟରେ ଅଛନ୍ତି। ଏପରି ପରିସ୍ଥିତିରେ, ଅନୁସନ୍ଧାନକୁ ଏଡ଼ାଇବା ପାଇଁ ସେ ଉଦ୍ଧବ ଠାକରେଙ୍କୁ ଛାଡ଼ି ସିନ୍ଦେ ଦଳକୁ ଯାଇପାରନ୍ତି।
ଯଦିଓ ଅର୍ଜୁନ ନିଜେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ଦିଲ୍ଲୀରେ ସିଏମଙ୍କୁ ଭେଟିବା ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ ସେ କିଛି ବଡ଼ କଥା ଚିନ୍ତା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।