Maharashtra update: ଆଜି ବିଧାନସଭା ଅଧିବେଶନ ଆରମ୍ଭ; ବଛା ହେବେ ନୂଆ ବାଚସ୍ପତି

ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚିତ ହେବେ।

ମହରାଷ୍ଟ୍ର ରାଜନୀତି (ପ୍ରତୀକାତ୍ମକ ଛବି)

ମହରାଷ୍ଟ୍ର ରାଜନୀତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମହାରାଷ୍ଟ୍ରରେ ଅନେକ ଦିନର ରାଜନୈତିକ ଅଘଟଣ ପରେ ବର୍ତ୍ତମାନ ଶକ୍ତି ସିନ୍ଦେ ଦଳଙ୍କ ହାତକୁ ଆସିଛି।  ଉଦ୍ଧବ ଠାକରେଙ୍କ ସରକାରକୁ ତଳେ ପକାଇଥିବା ସମସ୍ତ ବିଦ୍ରୋହୀ ବିଧାୟକ ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ସେମାନଙ୍କୁ ନେବା ପାଇଁ ଗୋଆରେ ପହଞ୍ଚିଥିଲେ। ଯାହା ପରେ ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚିତ ହେବେ।  ଜୁଲାଇ ୪ ରେ ଏକନାଥ ସିନ୍ଦେ ଓ ବିଜେପି ବିଧାନସଭାରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ।

ଆଜି ସକାଳ ୧୧ଟାରୁ ଗୃହର ପ୍ରକ୍ରିୟା ଆରମ୍ଭ ହେବ। ବିଜେପି ରାହୁଲ  ନାରବେକରଙ୍କୁ ବାଚସ୍ପତି ଆସନ ପାଇଁ ମନୋନୀତ କରିଥିବାବେଳେ ମହା ବିକାଶ ଆଘାଡ଼ି ରାଜନ ସାଲଭିଙ୍କୁ ମନୋନୀତ କରିଛନ୍ତି। ଭଏସ୍ ଭୋଟ୍ ଦ୍ୱାରା ବାଚସ୍ପତି ନିର୍ବାଚିତ ହେବେ।  ତଥାପି, ସଂଖ୍ୟାକୁ ଦେଖିଲେ ଏହା ସ୍ପଷ୍ଟ ଯେ ଏଠାରେ ମଧ୍ୟ ସିନ୍ଦେ ଦଳର ଉପର ହାତ ରହିଛି।

୧୦୬ ବିଜେପି ବିଧାୟକଙ୍କ ସମର୍ଥନ ବ୍ୟତୀତ ସିନ୍ଦେ ଦଳ ପ୍ରାୟ ୪୦ଟି ଶିବସେନା ବିଧାୟକ, ୧୦ ଜଣ ସ୍ୱାଧୀନ ତଥା ଅନ୍ୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଯାହାକି ୨୮୮ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୪୫ର ଯାଦୁ ସଂଖ୍ୟାରୁ ଅଧିକ। ସିନ୍ଦେ ଦଳର ବିଦ୍ରୋହ ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ୨୯ଜୁନ୍ ବିଳମ୍ବିତ ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।  ଏହା ପରେ ଜୁନ୍ ୩୦ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ବିଧାନସଭା ଅଧିବେଶନରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି

ଶିବସେନା ମୁଖ୍ୟ ହ୍ବିପ ସୁନୀଲ ପ୍ରଭାସ ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ଓ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ଶିବସେନା ପ୍ରାର୍ଥୀ ରାଜନ ସାଲଭିଙ୍କ ସପକ୍ଷରେ ଭୋଟ୍ ଦେବାକୁ କହିଥିଲେ।  ଏଥି ସହ ବିଜେପି ଓ ସିନ୍ଦେ ଦଳ ମଧ୍ୟ ସମସ୍ତ ବିଧାୟକଙ୍କୁ ସମାନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜନୈତିକ ଭୂକମ୍ପ ପରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ହଇଚଇ ମଧ୍ୟ ଦେଖିବାକୁ ମିଳେ। ସିନ୍ଦେ ଓ ତାଙ୍କ ବିଦ୍ରୋହୀ ବିଧାୟକମାନେ ଶିବସେନା ବିଧାୟକମାନେ ସାମ୍ନାସାମ୍ନି ହେବେ।
Published by:Soumya Das
First published: