ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି) News18 Odis Digital
ଫ୍ଲୋର ଟେଷ୍ଟ ବିରୋଧରେ ଚ୍ୟାଲେଞ୍ଜ କରିବାକୁ ଶିବସେନା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏନେଇ ଶିବସେନାର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ସୂଚନା ଦେଇଛନ୍ତି। କାଲି ଦିନ ୧୧ଟାରେ ଫ୍ଲୋର ଟେଷ୍ଟ ପାଇଁ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିଲେ ରାଜ୍ୟପାଳ କୋଶୟାରୀ।
ଶିବସେନା ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭାସ ଅପରାହ୍ନ ୫ଟା ସୁଦ୍ଧା ବିଧାନସଭାରେ ଏମଭିଏ ସରକାରର ବହୁମତ ପ୍ରମାଣ କରିବା ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଏନେଇ ଆଜି ସନ୍ଧ୍ୟା ୫ଟାରେ ସୁପ୍ରିମକୋର୍ଟର ଶୁଣାଣି ହେବ ବୋଲି ସୂଚନା ମିିଳିଛି ।
ଉଦ୍ଧବ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଙ୍ଘିବି କହିଛନ୍ତି ଯେ ଅଯୋଗ୍ୟତା ବିଧାୟକଙ୍କୁ ଏଥିରେ ସାମିଲ କରାଯାଇପାରିବ ନାହିଁ। ମୁଁ ଆଜି ସନ୍ଧ୍ୟାରେ ମୋର ନିବେଦନ ତାଲିକାଭୁକ୍ତ କରିବାକୁ ଅନୁରୋଧ କରୁଛି। ନଚେତ୍ ଏହା ଅର୍ଥହୀନ ହେବ।
ସେପଟେ ଆଜି ଅପରାହ୍ନ ୨ ଟାରେ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହେବ। ଏହା ପରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଓ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ଦାଦା ପାଟିଲ ଅପରାହ୍ନ ୫ ଟାରେ ସେମାନଙ୍କର ସମସ୍ତ ବିଧାୟକଙ୍କୁ ସମ୍ବୋଧିତ କରିବେ। ଆଜି ସନ୍ଧ୍ୟାରେ ମୁମ୍ବାଇର ତାଜ ରାଷ୍ଟ୍ରପତି ହୋଟେଲରେ ଏକାଠି ହେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Published by: Soumya Das
First published: June 29, 2022, 11:15 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।