ଏ କେମିତିକା ମା! Youtube ଦେଖି ପିଲା ଜନ୍ମ କଲା..ତାପରେ ରାଗରେ

ଦୁନିଆ ଦେଖିବା ଆଗରୁ ଆରପାରିକୁ ପଠାଇଦେଲା ମା । ୧୦ ସେକେଣ୍ତରେ ମାରୁ ପାଲଟିଗଲା ରାକ୍ଷସୀ ।

ଏ କେମିତିକା ମା!

ଏ କେମିତିକା ମା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନାଗପୁର: ମା ସବୁ ବିପଦରୁ ତା ପିଲାକୁ ସୁରକ୍ଷା ଦିଏ। କିନ୍ତୁ ଏଠାରେ କିଛି ଓଲଟା ଘଟିଛି। ଜନ୍ମ ଦେବା ପରେ ନିଜ ହାତରେ ନିଜ ଛୁଆକୁ ମାରି ଦେଇଛନ୍ତି। ମହାରାଷ୍ଟ୍ର ନାଗପୁର ସହରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ନାଗପୁର(Nagpur) ସହରରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୧୫ ବର୍ଷର ଜଣେ ଝିଅ ୟୁଟ୍ୟୁବ(You Tube)ରେ ଅନଲାଇନ୍ ଭିଡିଓ ଦେଖି ଏକ ଶିଶୁକୁ ଜନ୍ମ ଦେଇଥିଲେ। ତା’ପରେ ନବଜାତ ଶିଶୁକୁ ଗଳା କାଟି ହତ୍ୟା କରିଥିଲା। ହତ୍ୟା ପରେ ଶବକୁ ବାକ୍ସରେ ଲୁଚାଇ ରଖିଥିଲେ। ବାସ୍ତବରେ ଝିଅ ଜଣଙ୍କ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ସେ ଗର୍ଭବତୀ ହୋଇଥିଲେ।

ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, କସୋସିଆଲ ମିଡିଆ ଜରିଆରେ ଝିଅ ଜଣଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଥିବା କହି ସେ ତାଙ୍କ ଗର୍ଭଧାରଣକୁ ତାଙ୍କ ମା'ଙ୍କଠାରୁ ଲୁଚାଇ ରଖିଥିଲେ।

ଆଜିଠୁ ଶସ୍ତା ହେବ ସୁନା! ୨୪ କ୍ୟାରେଟ ସୁନା ଉପରେ ମିଳିବ ରିହାତି

ଅମ୍ବାଝରି ଅଞ୍ଚଳରେ ବାସିନ୍ଦା ଗୋପନୀୟତା ବଜାୟ ରଖିବା ପାଇଁ ଘର ପିଲା ଜନ୍ମ କରିବାକୁ ଚିନ୍ତା କଲେ ଓ ୟୁଟ୍ୟୁବ୍ ଭିଡିଓ ଦେଖିବା ଆରମ୍ଭ କଲେ।ମାର୍ଚ୍ଚ ୨ ରେ ସେ ତାଙ୍କ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଓ ସଙ୍ଗେ ସଙ୍ଗେ ନବଜାତ ଶିଶୁକୁ ଗଳା କାଟି ହତ୍ୟା କରିଥିଲେ।
Published by:Soumya Das
First published: