- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ରାଜ୍ୟପାଳ ପଦରୁ ମୁକ୍ତ ହେବାକୁ ଚାହୁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟରୀ(Bhagat singh koshiyari)। ସେ ନିଜ ପଦରୁ ଇସ୍ତଫା ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଅବଶିଷ୍ଟ ଜୀବନ ଲେଖାପଢ଼ାରେ ମନୋନିବେଶ କରିବାକୁ ଚାହୁଁଥିବା ନେଇ କହଛନ୍ତି। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ରାଜ୍ୟପାଳ କୋଶାୟରୀ ସୋମବାର ରାଜଭବନ ଦ୍ବାରା ଜାରୀ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଅଧିକ ଖବର ପଢ଼ନ୍ତୁ -
http://Avtar 2 Record; ୨ ବିଲିୟନ କ୍ଲବରେ ସାମିଲ ହେଲା ଫିଲ୍ମ ଅବତାର ୨ସବୁ ରାଜନୀତିକ ଦାୟିତ୍ବରୁ ମୁକ୍ତ ହେବା ଏବଂ ଲେଖାପଢ଼ାରେ ମନୋନିବେଶ କରି ଜୀବନ ବିତାଇବାକୁ ଚାହୁଥବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି କୋଶାୟରୀ। ସେ କହିଛନ୍ତି ‘ମହାରାଷ୍ଟ୍ର ଭଳି ସନ୍ଥ, ସମାଜ ସଂସ୍କାରକ ଏବଂ ବୀରଙ୍କ ମହାନ ଭୂମିର ରାଜ୍ୟପାଳ ହେବା ମୋ ପାଇଁ ସୌଭାଗ୍ୟର କଥା। ରାଜ୍ୟର ଜନତାଙ୍କୁ ତିନି ବର୍ଷରୁ ଅଧିକ ସମୟ ଧରି ମିଳୁଥିବା ଭଲପାଇବା ସ୍ନେହ ଏବଂ କେବେବି ଭୁଲିପାରିବିନାହିଁ।’
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।