ମନ୍ତ୍ରୀ ସୁଧୀର ମୁନଗନ୍ତିବାର (ପ୍ରତୀକାତ୍ମକ ଛବି)
News18 Odia Digital
ମହାରାଷ୍ଟ୍ର: ଏଣିକି ଫୋନ ଆସିଲେ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବା ବାଧ୍ୟତାମୂଳକ। ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁନଗନ୍ତିବାର ଏହି ଘୋଷଣା କରିଛନ୍ତି। ଏନେଇ ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିୟମ ଲାଗୁ କରାଯିବ।
ମହାରାଷ୍ଟ୍ରର ନବନିଯୁକ୍ତ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ରବିବାର କହିଛନ୍ତି ଯେ ଆମେ ସ୍ୱାଧୀନତାର ୭୬ ତମ ବର୍ଷରେ ପ୍ରବେଶ କରୁଛୁ। ଆମେ ଅମୃତ ସ୍ୱାଧୀନତାର ପର୍ବ ପାଳନ କରୁଛୁ। ସେଥିପାଇଁ ମୁଁ ଚାହୁଁଛି ଅଧିକାରୀମାନେ ନମସ୍ତେ ବଦଳରେ ଫୋନରେ 'ବନ୍ଦେ ମାତରମ' କୁହନ୍ତୁ। ଅଗଷ୍ଟ ୧୮ ସୁଦ୍ଧା ଏନେଇ ସରକାରୀ ଆଦେଶ ଆସିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଏହି ନିୟମ ଚାଲୁ ରହିବ।
ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ ପରେ ରବିବାର ଦିନ ବିଭାଗଗୁଡ଼ିକୁ ବିଭକ୍ତ କରାଯାଇଥିଲା। ଏହା ପରେ ହିଁ ସରକାର ଏହି ନୂଆ ଆଦେଶ ଦେଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।