ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି
News18 Odia Digital
ମୁମ୍ବାଇ: ଆସନ୍ତା ମେ ୩ ପରେ ମସଜିଦରେ ଲାଉଡସ୍ପିକର ହଟାଇବା ପାଇଁ ରାଜ ଠାକରେଙ୍କ ଧମକ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଗୃହ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ବିନା ଅନୁମତିରେ କୌଣସି ଧାର୍ମିକ ସ୍ଥାନରେ ଲାଉଡସ୍ପିକର ସ୍ଥାପନ ଉପରେ ବିଭାଗ ନିଷେଧ କରିଛି। ତାହା ହେଉଛି, ବର୍ତ୍ତମାନ ଲାଉଡସ୍ପିକର ସ୍ଥାପନ ପାଇଁ ପୋଲିସର ଅନୁମତି ନେବାକୁ ପଡ଼ିବ।
ସୂଚନାନୁସାରେ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ବାଲସେ ପାଟିଲ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ଡିଜିପିଙ୍କ ସହ ଏକ ବୈଠକ କରିବେ। ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନାଶିକ ପୋଲିସ ମଧ୍ୟ କାର୍ଯ୍ୟରେ ଲାଗିଛି
ଏଥି ସହିତ ନାସିକ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ୩ ତାରିଖ ସୁଦ୍ଧା ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ସ୍ଥାପନ ପାଇଁ ଅନୁମତି ନିଆଯିବ। ବିନା ଅନୁମତିରେ ଲାଉଡସ୍ପିକର ମିଳିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
Published by:Lipina Das
First published: