ଅଜବ ଲାଗିଲେ ବି ସତ! ୫ କ୍ୱିଣ୍ଟାଲ ପିଆଜରୁ ୨ଟଙ୍କା ଲାଭ

ପିଆଜ ବିକ୍ରି କରିବାକୁ ୭୦ କିଲୋମିଟର ଗଲେ ଚାଷୀ। ଶେଷକୁ ମିଳିଲା ୨ ଟଙ୍କାର ଚେକ୍‌ ।

ଅଜବ ଲାଗିଲେ ବି ସତ!

ଅଜବ ଲାଗିଲେ ବି ସତ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସୋଲାପୁର: ୫୧୨ କିଲୋ ପିଆଜ(Onion Sell) ବିକି ମାତ୍ର ଅଢେଇ ଟଙ୍କା ପାଇଲେ ମହାରାଷ୍ଟ୍ର ଚାଷୀ (Maharashtra Farmer)। ମହାରାଷ୍ଟ୍ରର ସୋଲାପୁରରେ ଏମିତି ଏକ ଅଜବ ଘଟଣା ସାମ୍ନାକୁ ଘଟିଛି । ଜଣେ ପିଆଜ ଚାଷୀ ୫୧୨ କିଲୋଗ୍ରାମ ପିଆଜ ବିକ୍ରି କରିବା ପରେ ମାତ୍ର ଅଢେଇ ଟଙ୍କା ପାଇଛନ୍ତି ।

ସୋଲାପୁର ଜିଲ୍ଲା ବାର୍ସି ତାଲୁକର ବୋରଗାଓଁ ଗାଁର ୫୮ ବର୍ଷିୟ କୃଷକଙ୍କ ସହ ଏପରି ଘଟଣା ଘଟିଛି । କୃଷକ ରାଜେନ୍ଦ୍ର ତୁକାରାମ ଚାଭନ ଅମଳ କରିଥିବା ପିଆଜକୁ ବିକ୍ରି କରିବାକୁ ସୋଲାପୁର ଏପିଏମସିକୁ ଯାଇଥିଲେ । ଯାହାର ଦୂରତା ୭୦ କିଲୋମିଟର ଥିଲା । ଅମଳ କରିଥିବା ପିଆଜ ୫୧୨ କେଜି ଥିବାବେଳେ ସେଠାରେ ପିଆଜ କିଲୋ ପିଛା ମାତ୍ର ୧ ଟଙ୍କାରେ ବିକ୍ରି କରାଯାଇଥିଲା ।

ସୋଲାପୁରର ବାର୍ସି ତହସିଲର କୃଷକ ରାଜେନ୍ଦ୍ର ଚୌହାନ, ସୋଲାପୁରର ଜଣେ ପିଆଜ ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ୫ କ୍ୱିଣ୍ଟାଲରୁ ଅଧିକ ଓଜନର ୧୦ ବସ୍ତା ପିଆଜ ପଠାଇଥିଲେ। କିନ୍ତୁ ଲୋଡିଂ ଓ ଅନଲୋଡିଂ, ପରିବହନ, ମଜୁରି ଓ ଅନ୍ୟାନ୍ୟ ଦେୟ ଦେବା ପରେ ସେଥିରୁ ତାଙ୍କୁ ମାତ୍ର ୨ ଟଙ୍କା ୪୯ ପଇସା ମିଳିଥିଲା ।

ବଦଳିବ କଟକ ମହାନଦୀ କୂଳର ଚିତ୍ର; ଜଙ୍ଗଲ ଓ ଜୈବିକ ଉଦ୍ୟାନ ପାଇଁ ପ୍ରସ୍ତୁତି

ବ୍ୟବସାୟୀ ଜଣଙ୍କ କହିଛନ୍ତି, ମୋତେ କ୍ୱିଣ୍ଟାଲ ପିଛା ୧ ଟଙ୍କା ଅଫର କରିଥିଲେ। ଫସଲର ମୋଟ ଓଜନ ୫୧୨ କେଜି ଥିଲା ଓ ସେ ଉତ୍ପାଦର ମୋଟ ମୂଲ୍ୟ ୫୧୨ ଟଙ୍କା ପାଇଥିଲେ । କିନ୍ତୁ ଆନୁଷଙ୍ଗିକ ଖର୍ଚ୍ଚ ପରେ ମାତ୍ର ଅଢେଇ ଟଙ୍କା ମିଳିଲା । ଏହା ତାଙ୍କର ଏବଂ ରାଜ୍ୟର ଅନ୍ୟ ପିଆଜ ଚାଷୀଙ୍କ ପାଇଁ ଅପମାନ। ଯଦି ଆମକୁ ଏଭଳି ମୂଲ୍ୟ ମିଳେ, ତେବେ ଆମେ କେମିତି ବଞ୍ଚିବୁ? ପିଆଜ ଚାଷୀଙ୍କୁ ଫସଲର ଭଲ ମୂଲ୍ୟ ମିଳିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଦରକାର ବୋଲି ସେ କହିଛନ୍ତି । ତେବେ ଉତ୍ପାଦିତ ଦ୍ରବ୍ୟ ନିମ୍ନ ମାନର ଥିଲା । ଏଣୁ ତାଙ୍କୁ କମ ଦର ମିଳିଥିଲା ବୋଲି ବ୍ୟବସାୟୀ ଜଣଙ୍କ କହିଛନ୍ତି ।
Published by:Soumya Das
First published: