ଦେବେନ୍ଦ୍ର ଫଡନଭିସଙ୍କୁ ଝଟକା: ନିର୍ବାଚ଼ନ ଶପଥ ପତ୍ରରେ ତଥ୍ୟ ଲୁଚ଼େଇବା ମାମଲାରେ ଟ୍ରାଏଲ୍ ହେବ

ଦେବେନ୍ଦ୍ର ଫଡନଭୀସଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗର ଏହି ଦୁଇଟି ମାମଲା ୧୯୯୬ ଓ ୧୯୯୮ରେ ଦାୟର କରାଯାଇଥିଲା, କିନ୍ତୁ ଚ଼ାର୍ଜ୍‌ ଫ୍ରେମ୍ ହୋଇ ନ ଥିଲା ।

ଦେବେନ୍ଦ୍ର ଫଡନଭିସଙ୍କୁ ଝଟକା: ନିର୍ବାଚ଼ନ ଶପଥ ପତ୍ରରେ ତଥ୍ୟ ଲୁଚ଼େଇବା ମାମଲାରେ ଟ୍ରାଏଲ୍ ହେବ
ଦେବେନ୍ଦ୍ର ଫଡନଭିସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କୁ ଝଟକା ଲାଗିଛି । ୨୦୧୪ର ସାଧାରଣ ନିର୍ବାଚନ ବେଳେ ସେ ଦେଇଥିବା ଶପଥପତ୍ରରେ ତାଙ୍କ ବିରୋଧରେ ବିଚ଼ାରଧୀନ ଥିବା ଦୁଇଟି ଆପରାଧିକ ମାମଲା ବିଷୟରେ ଉଲ୍ଲେଖ କରି ନ ଥିବା ମାମଲାରେ ତାଙ୍କୁ ଟ୍ରାଏଲର ସାମନା କରିବାକୁ ହେବ ବୋଲି ଗଲା ବର୍ଷ ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ସେହି ରାୟର ସମୀକ୍ଷା ପାଇଁ ତାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ।

ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କ ନେତୃତ୍ବରେ ବସିଥିବା ତିନିଜଣିଆ ଖଣ୍ଡପୀଠ କହିଛି ଯେ ଗତ ବର୍ଷର ରାୟର ସମୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ‘‘ସମୀକ୍ଷା ଯାଚ଼ିକାରେ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ଆମେ ଦେଖୁନାହୁଁ । ଯାଚ଼ିକାକୁ ଖାରଜ କରାଯାଉଛି,’’ ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା ଓ ନ୍ୟାୟମୂର୍ତ୍ତି ବୋଷଙ୍କୁ ନେଇ ଗଠିତ ସେହି ଖଣ୍ଡପୀଠରେ କହିଛି ।

ଏହି ଆଦେଶ ଫେବୃଆରୀ ୧୮ରେ ପାରିତ ହୋଇଥିଲା, କିନ୍ତୁ ମଙ୍ଗଳବାର ଦିନ ସର୍ବୋଚ୍ଚ କୋର୍ଟର ୱେବସାଇଟରେ ଏହାକୁ ଅପଲୋଡ୍‌ କରାଯାଇଥିଲା ।

ଗତ ବର୍ଷର ସେହି ରାୟର ସମୀକ୍ଷା କରିବାକୁ ଚାହୁଁଥିବା ଯାଚ଼ିକାରେ ଫଡନାଭିସ୍ କୋର୍ଟଙ୍କୁ କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରେ ଏକ ‘‘ସ୍ପଷ୍ଟ ତୃଟି’’ ରହିଛି କାରଣ ଆଇନ ଅନୁସାରେ କେବଳ ସେହି ଅପରାଧ ମାମଲାଗୁଡ଼ିକୁ ଉଲ୍ଲେଖ କରିବା ଆବଶ୍ୟକ ଯେଉଁଥିରେ ଚ଼ାର୍ଜ୍‌ ଫ୍ରେମ୍‌ ହୋଇସାରିଛି ।

ନଗର ଭିତ୍ତିକ ଓକିଲ ସତୀଶ ଉକବେ ଫଡନାଭିସଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟରେ ଏକ ଆବେଦନ କରିଥିଲେ । 1996 ଏବଂ 1998 ରେ ଫଡନାଭିସଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ଦାୟାର କରାଯାଇଥିଲା । କିନ୍ତୁ ଉଭୟ ମାମଲାରେ ଚାର୍ଜସିଟ୍ ହୋଇନଥିଲା । ଉକେ ଅଭିଯୋଗ କରିଛନ୍ତି ଯେ ଫଡନାଭିସ୍ ତାଙ୍କ ନାର୍ବାଚନ ଆଫିଡେଭିଟରେ ଏହି ସୂଚନା ପ୍ରକାଶ କରିନାହାନ୍ତି ।

ଅକ୍ଟୋବର ୧, ୨୦୧୯ର ସେହି ରାୟରେ ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ଫଡନାଭିସଙ୍କୁ ବମ୍ବେ ହାଇ କୋର୍ଟରୁ ମିଳିଥିବା କ୍ଲିନ ଚିଟକୁ ନିରସ୍ତ କରିଦେଇଥିଲେ । ନିଜ ରାୟରେ ବମ୍ବେ ହାଇ କୋର୍ଟ କହିଥିଲେ ଯେ ସେହି ଦୋଷ ପାଇଁ ତାଙ୍କୁ ଜନ ପ୍ରତିନିଧି ଆଇନ୍‌ (RPA) ଅଧୀନରେ ଟ୍ରାଏଲ୍‌ ସାମନା କରିବା ଉଚ଼ିତ ନୁହେଁ ।

ଆରପିଏର ଧାରା ୧୨୫-ଏ ଅନୁଯାୟୀ ଫଡନାଭିସଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ନାଗପୁରର ଏକ ମାଜିଷ୍ଟ୍ରେଟ କୋର୍ଟରେ ଆପରାଧିକ ଅଭିଯୋଗ ଆଣିଥିବା ସତିଶ ଉକିଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି।

ଆରପି ଆକ୍ଟର ଧାରା ୧୨୫-ଏ ‘‘ମିଥ୍ୟା ଆଫିଡେଭିଟ୍ ଦାଖଲ’’ ପାଇଁ ଦଣ୍ଡବିଧାନ ପାଇଁ ଉଦ୍ଦିଷ୍ଟ । ଏହା ଅନୁସାରେ ଯଦି କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରସ୍ତାବକ ମିଥ୍ୟା ତଥ୍ୟ ପ୍ରଦାନ କରନ୍ତି କିମ୍ବା ବିଚ଼ାରାଧୀନ ଆପରାଧିକ ମାମଲା ଉପରେ ତାଙ୍କ ନାମାଙ୍କନ ପତ୍ରରେ କୌଣସି ସୂଚନା ଲୁଚାନ୍ତି, ତାହେଲେ ସେହି ବ୍ୟକ୍ତିଙ୍କୁ ଛଅ ମାସର ଜେଲ ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଦିଆଯାଇପାରେ । ଉକି ପ୍ରଥମେ ଏକ ମାଜିଷ୍ଟ୍ରେଟ କୋର୍ଟକୁ ଫଡନାଭିସଙ୍କ ବିରୋଧରେ ଏହି ମାମଲା ନେଇଥିଲେ, ହେଲେ ସେ କୋର୍ଟ ସେପ୍ଟେମ୍ବର ୭, ୨୦୧୫ରେ ମାମଲାକୁ ଖାରଜ କରିଦେଇଥିଲେ ।

ପରେ ସେ ଅଧିବେଶନ କୋର୍ଟକୁ ଯାଇଥିଲେ । ସେହି କୋର୍ଟ ମାମଲାକୁ ପୂନର୍ବାର (ଡ଼ି ନୋଭୋ) ବିଚାର କରିବା ପାଇଁ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ପଠାଇଦେଇଥିଲେ । ଅଧିବେଶନ କୋର୍ଟଙ୍କ ଆଦେଶରେ ଅସନ୍ତୋଷ ପ୍ରକାଶ କରି ଫଡନାଭୀସ୍ ହାଇ କୋର୍ଟକୁ ଯାଇଥିଲେ, ହେଲେ ମଇ ୩, ୨୦୧୮ରେ ହାଇ କୋର୍ଟ ଏହି ମାମଲାକୁ ନିରସ୍ତ କରିଦେଇଥିଲେ । ଉକି ଅଭିଯୋଗ କରିଥିଲେ ଯେ ଫଡନାଭିସ୍ ୨୦୧୪ରେ ଦାଖଲ କରିଥିବା ନିଜ ନିର୍ବାଚନୀ ଆଫିଡେଭିଟରେ ତାଙ୍କ ବିରୋଧରେ ବିଚ଼ାରାଧୀନ ଥିବା ଦୁଇଟି ଆପରାଧିକ ମାମଲାର ପ୍ରକାଶ କରି ନ ଥିଲେ।

ଫଡନଭୀସଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗର ଏହି ଦୁଇଟି ମାମଲା ୧୯୯୬ ଓ ୧୯୯୮ରେ ଦାୟର କରାଯାଇଥିଲା, କିନ୍ତୁ ଅଭିଯୋଗ ଫ୍ରେମ୍ ହୋଇ ନ ଥିଲା ।
First published: March 3, 2020, 6:11 PM IST
corona virus btn
corona virus btn
Loading