ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟକୁ ନେଇ ସିନ୍ଦେ ସରକାରଙ୍କ ବଡ଼ ପଦକ୍ଷେପ
News18 Odia Digital
Bullet Train: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଗତି କରିବାକୁ ଯାଉଛି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଆଜି ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପାଇଁ ସମସ୍ତ ପ୍ରକାର ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ବୁଲେଟ୍ ଟ୍ରେନ୍ ଆସନ୍ତା ବର୍ଷରେ ଅର୍ଥାତ୍ ୨୦୨୩ରେ ଚାଲିବ, କିନ୍ତୁ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣର ମନ୍ଥର ଗତି ହେତୁ ଏହା ବିଳମ୍ବ ହେଉଛି। କେବଳ ଏତିକି ନୁହେଁ, କୋଭିଡ ପାଇଁ ମଧ୍ୟ ଏହି ପ୍ରକଳ୍ପ ବିଳମ୍ବ ହୋଇଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମାତ୍ର ୨୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ନିକଟରେ ଏକ ସୂତ୍ରରୁ ଜଣାପଡ଼ିଥିଲା ଯେ ମହାରାଷ୍ଟ୍ର ସରକାର ବୁଲେଟ୍ ଟ୍ରେନ୍ ପାଇଁ ଜମି ଅଧିଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାଁନ୍ତି।
ବୁଲେଟ୍ ଟ୍ରେନ୍ ଲାଇନରେ ସମୁଦାୟ ୧୨ଟି ଷ୍ଟେସନ୍ ରହିବ। ସେଥିମଧ୍ୟରୁ ୮ଟି ଷ୍ଟେସନ୍ ଗୁଜୁରାଟରେ ଓ ଅନ୍ୟ ୪ଟି ଷ୍ଟେସନ୍ ମହାରାଷ୍ଟ୍ରରେ ରହିବ। ସାବରମତୀରୁ ଭାପି ପର୍ଯ୍ୟନ୍ତ ମୋଟ ୩୫୨ କିଲୋମିଟର ବୁଲେଟ୍ ଟ୍ରେନ୍ ଗୁଜୁରାଟରେ ରହିବ। ଏହି ବିଭାଗର ୬୧ କିଲୋମିଟରରେ ବୁଲେଟ୍ ଟ୍ରେନର ସ୍ତମ୍ଭ ସ୍ଥାପନ କରାଯାଇଛି ଓ ୧୭୦ କିଲୋମିଟର କାମ ଚାଲିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।