News 18 Odia Digital
ମହାରାଷ୍ଟ୍ର : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ୍ ଉପରେ ରୋକ୍ ଲଗାଇବାକୁ ମନା କରିବା ପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ପରିଷଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ସୋସିଆଲ ମିଡ଼ିଆରେ ମହାରାଷ୍ଟ୍ର ବାସୀଙ୍କୁ ସମ୍ୱୋଧନ କରି ଇସ୍ତଫା ଦେଇଥିବା କଥା ସାମ୍ନାକୁ ଆସିଛି ।
ଶିବସେନାର ୪୦ରୁ ଉର୍ଦ୍ଧ୍ବ ବିଧାୟକ ବିଦ୍ରୋହୀ ହେବାରୁ ଏମଭିଏ ସରକାର ମହାସଙ୍କଟ ଆଡକୁ ଗତି କରିଥିଲା ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି ।
ଉଦ୍ଧବ ଉଲ୍ଲେକ୍ଷ କରିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛନ୍ତି । ଗଣତନ୍ତ୍ରର ନିୟମ ସଠିକ ଭାବେ ପାଳନ ହେବା ଆବଶ୍ୟକ । ଏନସିପି ଓ କଂଗ୍ରେସର ସବୁ ଲୋକଙ୍କୁ ଉଦ୍ଧବ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆରେ ଇସ୍ତଫା ସମ୍ପର୍କରେ ସୂଚନା ଦେବା ପରେ ଉଦ୍ଧବ ଠାକରେ ରାଜଭବନରେ ପହଞ୍ଚିଥିଲେ । ସେଠି ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି ।
ଅନ୍ୟପଟେ ବିଜେପି ତତ୍ପରତା ପ୍ରକାଶ କରିଛି । ବିଜେପି ବିଧାୟକମାନେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ଏକ ହୋଟେଲରେ ବୈଠକ କରୁଛନ୍ତି । ଉକ୍ତ ବୈଠକରେ ଫଡନାଭିସଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।