News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ରେଳ ଫୁଟ ଓଭର ବ୍ରିଜ ଗୋଟେ ପାଖ ଭୁଶୁଡି ପଡିଛି। ଏଥିରେ ଜଣେ ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ବଲହରସା ରେଳ ଷ୍ଟେସନରେ ଘଟିଛି।
ଏହି ଦୁର୍ଘଟଣାରେ ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ପାଇଁ ରେଳବାଇ ୧ ଲକ୍ଷ ଓ ହାଲୁକା ଆଘାତ ପାଇଥିବା ଲୋକଙ୍କୁ ୫୦ ହଜାର ଘୋଷଣା କରିଛି। ରେଳବାଇ ମୁଖପାତ୍ର କହିଛନ୍ତି ଯେ ଆହତ ଲୋକଙ୍କୁ ଶୀଘ୍ର ଆରୋଗ୍ୟ ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରି ସବୁଠୁ ଭଲ ଚିକିତ୍ସା ଦିଆଯାଉଛି।
ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁରର ବଲହରସା ରେଳ ଷ୍ଟେସନରେ ଥିବା ଫୁଟ ଓଭରବ୍ରିଜର କିଛି ଅଂଶ ଭୁଶୁଡି ପଡିଥିଲା। ସେତୁର ଉଚ୍ଚତା ପ୍ରାୟ ୬୦ ଫୁଟ ବୋଲି କୁହାଯାଉଛି। ଦୁର୍ଘଟଣା ସମୟରେ ଏଥିରେ ଅନେକ ଲୋକ ଉପସ୍ଥିତ ଥିଲେ। ଦୁର୍ଘଟଣା ସମୟରେ ଲୋକମାନେ ୬୦ ଫୁଟ ଉଚ୍ଚରୁ ରେଳ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ସରକାରୀ ରେଳ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ପୁଣେ ଯାଉଥିବା ଟ୍ରେନରେ ଚଢ଼ିବା ପାଇଁ ବହୁ ସଂଖ୍ୟକ ଯାତ୍ରୀ ଏଫଓବି ବ୍ୟବହାର କରୁଥିଲେ। ଫଳସ୍ୱରୂପ କିଛି ଲୋକ ରେଳ ଟ୍ରାକରେ ପଡ଼ିଯାଇଥିଲେ। ଏହି ଘଟଣାରେ ୧୩ ଜଣ ଆହତ ହୋଇଥିବା ଜିଲ୍ଲା ସୂଚନା କାର୍ଯ୍ୟାଳୟ କହିଛି। ସେମାନଙ୍କୁ ବଲାରପୁର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା ଓ ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚନ୍ଦ୍ରପୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମଏଚସି) କୁ ସ୍ଥାନାନ୍ତର କରାଯାଇଥିଲା।
ଚନ୍ଦ୍ରପୁର ଜିଲ୍ଲା କଲେକ୍ଟର ବିନୟ ଗୌଡ଼ କହିଛନ୍ତି ଯେ ପ୍ରାୟ ଚାରିଜଣ ଯାତ୍ରୀଙ୍କ ଗୁରୁତର ଆହତ ହୋଇଛନ୍ତି ଓ ଜିଏମଏଚସିରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ କର୍ମଚାରୀ ଆହତମାନଙ୍କୁ ସାହାଯ୍ୟ କରିଥିଲେ। ପ୍ରଶାସନ କହିଛି ଯେ ଚନ୍ଦ୍ରପୁର ଅଭିଭାବକ ସୁଧୀର ମୁଙ୍ଗନ୍ତୀୱାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆହତମାନଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।