ମୁମ୍ବାଇ ପୋଲିସକୁ ବଡ଼ ସଫଳତା; ୫୧୬ କେଜି ଏମଡି ଡ୍ରଗ୍ସ ଜବତ.. ମୂଲ୍ୟ ୧୦୨୬ କୋଟି

ମଙ୍ଗଳବାର ମୁମ୍ବାଇ ପୋଲିସକୁ ବଡ଼ ସଫଳତା ମିଳିଛି । ଏଏନସି ୧୦୨୬ କୋଟି ଟଙ୍କା ମୂଲ୍ୟର ୫୧୬ କିଲୋଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି ।

ମୁମ୍ବାଇ ପୋଲିସକୁ ବଡ଼ ସଫଳତା; ୫୧୬ କେଜି ଏମଡି ଡ୍ରଗ୍ସ ଜବତ.. ମୂଲ୍ୟ ୧୦୨୬ କୋଟି

ମୁମ୍ବାଇ ପୋଲିସକୁ ବଡ଼ ସଫଳତା; ୫୧୬ କେଜି ଏମଡି ଡ୍ରଗ୍ସ ଜବତ.. ମୂଲ୍ୟ ୧୦୨୬ କୋଟି

  • Share this:
News 18 Odia Digital

ମୁମ୍ବାଇ; ମଙ୍ଗଳବାର ମୁମ୍ବାଇ ପୋଲିସକୁ ବଡ଼ ସଫଳତା ମିଳିଛି । ଏଏନସି ୧୦୨୬ କୋଟି ଟଙ୍କା ମୂଲ୍ୟର ୫୧୬ କିଲୋଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି । ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ (ANC) କିଛି ଦିନ ପୂର୍ବରୁ ଗୁଜୁରାଟ ସୀମାବର୍ତ୍ତୀ ପାଲଘର ଜିଲ୍ଲାର ନାଲା ସୋପାରା ସହରରୁ ୧୪୦୩ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିଲା ।
ଏଏନସି ୩ ଅଗଷ୍ଟ ରାତିରେ ନାଲା ସୋପାରାର ଚକ୍ରଧର ନଗର ଅଞ୍ଚଳ ସ୍ଥିତ ସୀତାରାମ ବିଲ୍ଡିଂରୁ ୭୦୨ କିଲୋଗ୍ରାମ ମେଫେଡ୍ରୋନ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଧରିଥିଲା । ଏହା ସହିତ ଦୁଇଜଣ ବେପାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧,୪୦୩.୫ କୋଟି ଟଙ୍କା ବୋଲି କୁହାଯାଉଛି ।

ମାର୍ଚ୍ଚ ୨୯ ରେ ଉତ୍ତର-ପୂର୍ବ ମୁମ୍ବାଇର ଗୋଭାଣ୍ଡିରୁ ଏଏନସି ଦ୍ୱାରା ଧରାଯାଇଥିବା ଅନ୍ୟ ଦୁଇଜଣ ଡ୍ରଗ୍ସ ବେପାରୀ ଏବଂ ଜଣେ ମହିଳାଙ୍କୁ ପଚରାଉଚରା ପରେ ଏହି ଡ୍ରଗ୍ସକୁ ଜବତ କରିବା ସମ୍ଭବ ହୋଇଥିଲା । ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କ ପାଖରୁ ୨୫୦ ଗ୍ରାମ ମେଫେଡ୍ରୋନ, ଯାହାର ମୂଲ୍ୟ ୩୭.୫୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣଙ୍କ ଠାରୁ ୨.୭୦ କିଲୋଗ୍ରାମ ମେଫେଡ୍ରୋନ ଧରାପଡିଛି (ଯାହାର ମୂଲ୍ୟ ୪.୧୪ କୋଟି ଟଙ୍କା) । କ୍ରମାଗତ ପଚରାଉଚରା ପରେ ଅଭିଯୁକ୍ତ ମହିଳା ଜଣକ ତାଙ୍କର ଦୁଇ ସହଯୋଗୀଙ୍କ ବିଷୟରେ ସୂଚନା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ମଙ୍ଗଳବାର (ଅଗଷ୍ଟ ୨) ଏବଂ ଅନ୍ୟ ଜଣକୁ ବୁଧବାର (ଅଗଷ୍ଟ ୩)ରେ ଡ୍ରଗ୍ସ ସହିତ ଗିରଫ କରାଯାଇଥିଲା ।

୩୦ ହଜାର କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି । ଏହାପୂର୍ବରୁ ଜୁଲାଇ ୩୦ରେ ନିଶା ନିବାରଣ ଅଭିଯାନକୁ ଦୃଷ୍ଟିରେ ରଖି ଦେଶର ଚାରୋଟି ସ୍ଥାନରେ ୩୦,୦୦୦୦ କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ନଷ୍ଟ କରା ଯାଇଥିଲା। ଏହି ସମୟରେ ଡିଜିଟାଲ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟାନୁଷ୍ଠାନ ଅଧୀନରେ ଦିଲ୍ଲୀରେ ୧୯,୩୨୦ କିଲୋଗ୍ରାମ, ଚେନ୍ନାଇରେ ୧୩୦୯, ଗୌହାଟୀରେ ୬୭୬୧ କିଲୋଗ୍ରାମ ଏବଂ କୋଲକାତାରେ ୬୭୬୧ କିଲୋଗ୍ରାମ ନଷ୍ଟ କରାଯାଇଥିଲା । ନିଶା ନିବାରଣ ବ୍ୟୁରୋ (ଏନସିବି) ଜୁନ୍ ୧ ରେ ଡ୍ରଗ୍ସ ବିଲୋପ ଡ୍ରାଇଭ୍ ଆରମ୍ଭ କରିଥିଲା ​​ଏବଂ ଜୁଲାଇ ୨୯ ପର୍ଯ୍ୟନ୍ତ ୧୧ ଟି ରାଜ୍ୟରେ ୫୧,୨୧୭ କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ନଷ୍ଟ କରାଯାଇଥିଲା ।
Published by:Soubhagya Mishra
First published: