ମହାରାଷ୍ଟ୍ର: ରାୟଗଡ଼ରେ ପାଞ୍ଚ ମହଲା କୋଠା ଭୁଶୁଡିଲା; ଜଣେ ମୃତ; ୨୫ ଜଣ ଏବେବି ପୋତି ହୋଇ ରହିଛନ୍ତି

ଏହି କୋଠାଟି ୧୦ ବର୍ଷ ପୁରୁଣା ବୋଲି କୁହାଯାଉଛି ଯେଉଁଥିରେ ୫୦ଟି ପରିବାର ରହୁଥିଲେ । ଏହି ଦୁର୍ଘଟଣାରେ ସାତରୁ ଆଠ ଜଣ ଆହତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ମହାରାଷ୍ଟ୍ର: ରାୟଗଡ଼ରେ ପାଞ୍ଚ ମହଲା କୋଠା ଭୁଶୁଡିଲା; ଜଣେ ମୃତ; ୨୫ ଜଣ ଏବେବି ପୋତି ହୋଇ ରହିଛନ୍ତି
ରାୟଗଡ଼ରେ ଭୁଶୁଡ଼ି ପଡ଼ିଥିବା ପାଞ୍ଚ ମହଲା କୋଠା
  • News18 Odia
  • Last Updated: August 25, 2020, 9:04 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ରାୟଗଡରେ ଭୁଶୁଡ଼ି ପଡ଼ିଥିବା ୫ ମହଲା କୋଠାର ଭଗ୍ନାବଶେଷରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ବାହାର କରାଯାଇଛି । ଏବେବି ଭୁଶୁଡି ପଡ଼ିଥିବା ବିଲ୍ଡିଂ ତଳେ ପ୍ରାୟ ୨୫ ଜଣଙ୍କୁ ପୋତି ହୋଇ ରହିଛନ୍ତି ବୋଲି କୁହାଯାଉଛି । ଘଟଣାର ଖବର ପାଇବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ସାତରୁ ଆଠ ଜଣ ଆହତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଘଟଣା ଗତ କଲି ସନ୍ଧ୍ୟାରେ ଘଟିଥିଲା ​​। ଫଳରେ ଅନ୍ଧାର ହୋଇଯାଇଥିବା ଯୋଗୁଁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଉପୁଜିଥିଲା ​। ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଘଟଣା ପରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅଦିତି ତଟକରେ କହିଛନ୍ତି, '୨୦୦ ଜଣରୁ ଅଧିକ ଲୋକ ବିଲ୍ଡିଂରେ ଫସି ରହିଛନ୍ତି । ଘଟଣାସ୍ଥଳରେ ୫ ଟି ସ୍ଥାନୀୟ ଉଦ୍ଧାରକାରୀ ଦଳ ଉପସ୍ଥିତ ଅଛନ୍ତି । ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଆହୁରି ୪ ରୁ ୫ଟି ଟିମ୍ ଘଟଣାସ୍ଥଳରେ ଯାଇଛନ୍ତି । କୁହାଯାଉଛି ଯେ ଏହା ୧୦ ବର୍ଷ ପୁରୁଣା ବିଲ୍ଡିଂ ଓ ଏଠାରେ ୫୦ଟି ପରିବାର ରହୁଥିଲେ ।

ସିଏମ୍ ଉଦ୍ଧବ ଠାକରେ ଏହି ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ସୂଚନା ନେଇଛନ୍ତି
କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ଥାନୀୟ ବିଧାୟକ ତଥା ରାୟଗଡର ଜିଲ୍ଲା ଅଧିକାରୀଙ୍କଠାରୁ ସୂଚନା ନେଇଛନ୍ତି । ସେ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ସମର୍ଥନ ବିଷୟରେ କହିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିବା ବିଷୟରେ ଉଦ୍ଧବ ଠାକରେ ଆଦେଶ ଦେଇଛନ୍ତି ।





ଅମିତ ଶାହା ଟ୍ୱିଟ୍ କରିଛନ୍ତି
ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ମହାନିର୍ଦ୍ଦେଶକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ କୁହାଯାଇଛି, ଦଳମାନେ ବାଟରେ ଅଛନ୍ତି ଓ ଯଥାଶୀଘ୍ର ଉଦ୍ଧାର କାର୍ଯ୍ୟରେ ସହାୟତା କରିବେ।

ଏକ ସପ୍ତାହ ମଧ୍ୟରେ ବିଲ୍ଡିଂ ଭୁଶୁଡ଼ିବାର ଏହା ଦ୍ୱିତୀୟ ଘଟଣା
ଏକ ସପ୍ତାହ ତଳେ ରାଜ୍ୟରେ ବିଲ୍ଡିଂ ଭୁଶୁଡ଼ିବାର ଏହା ହେଉଛି ଦ୍ୱିତୀୟ ଘଟଣା । ଏହାପୂର୍ବରୁ ଅଗଷ୍ଟ ୧୮ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ରିଜଭି କଲେଜ ନିକଟରେ ଥିବା ଏକ ଖାଲି କୋଠାର ଏକ ଭାଗ ଭୁଶୁଡ଼ି ପଡ଼ି ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ।
Published by: Jagdish Barik
First published: August 25, 2020, 9:04 AM IST
corona virus btn
corona virus btn
Loading