ପୋଲିଓ ଡ୍ରପ ବଦଳରେ ପିଆଇଦେଲେ ସାନିଟାଇଜର; ୧୨ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା

Maharashtra: ସମସ୍ତ ପିଲାଙ୍କ ବୟସ ପାଞ୍ଚ ବର୍ଷରୁ କମ୍ ଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଘଟଣା ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ । ତଦନ୍ତ ଆରମ୍ଭ ହୋଇଛି ଓ ତିନି ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯିବ ।

ପୋଲିଓ ଡ୍ରପ ବଦଳରେ ପିଆଇଦେଲେ ସାନିଟାଇଜର; ୧୨ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା
ପୋଲିଓ ଡ୍ରପ ବଦଳରେ ପିଆଇଦେଲେ ସାନିଟାଇଜର
  • News18 Odia
  • Last Updated: February 2, 2021, 12:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରର (Maharashtra) ୟାଭତମାଲରେ ଅଫିସରଙ୍କ ଅବହେଳାର ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଗାଁରେ ୧୨ ପିଲାଙ୍କୁ ପୋଲିଓ ଡ୍ରପ୍ ବଦଳରେ ଦୁଇ ବୁନ୍ଦା ସାନିଟାଇଜର (Polio Drop) ପିଆଇ ଦିଆଯାଇଛି । ଏହା ପରେ ସମସ୍ତ ୧୨ ଜଣ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ପିଲାମାନଙ୍କ ବାନ୍ତି କରିବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଭାବିତ ପିଲାମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସମସ୍ତ ପିଲା ପାଞ୍ଚ ବର୍ଷରୁ କମ୍ ଥିଲେ । ଏହି ଅଭାବ ପାଇଁ ତିନିଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକାରୀ କହିଛନ୍ତି ଯେ କାପାସିକୋପାରୀ ଗାଁର ଭାନବୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି ଯେଉଁଠାରେ ଏକରୁ ପାଞ୍ଚ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ପ୍ଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଚାଲିଛି ।

ୟାଭତମାଲ ଜିଲ୍ଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲ କହିଛନ୍ତି ଯେ ପାଞ୍ଚ ବର୍ଷରୁ କମ୍ ୧୨ ଜଣ ପିଲାଙ୍କୁ ପୋଲିଓ ଡ୍ରପ୍ ବଦଳରେ ଦୁଇ ବୁନ୍ଦା ସାନିଟାଇଜର ଦିଆଯାଇଥିଲା । ପିଲାମାନେ ବାନ୍ତି ଓ ଅସ୍ଥିରତା ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ ଯେଉଁ ପିଲାମାନଙ୍କୁ ପୋଲିଓ ବୁନ୍ଦା ସାନିଟାଇଜର ଦିଆଯାଇଥିଲା ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଓ ସେମାନଙ୍କୁ ତଦାରଖ କରାଯାଉଛି ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ଘଟଣା ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ । ତଦନ୍ତ ଆରମ୍ଭ ହୋଇଛି ଓ ତିନି ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯିବ ।
Published by: Jagdish Barik
First published: February 2, 2021, 12:02 PM IST