ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ; ୧୦ ନବଜାତ ଶିଶୁଙ୍କ ମୃତ୍ୟୁ; ୭ ଜଣ ଉଦ୍ଧାର ହେଲେ
Maharashtra Hospital Fire: ଭଣ୍ଡାରା ଜିଲ୍ଲା ଜେନେରାଲ ହସ୍ପିଟାଲରେ (District General Hospital) ଶୁକ୍ରବାର ଦିନ ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଯୋଗୁଁ ୧୦ ଜଣ ନବଜାତ ଶିଶୁଙ୍କର (child Killed in Fire) ମୃତ୍ୟୁ ହୋଇଛି ।

ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହେଲା
- News18 Odia
- Last Updated: January 9, 2021, 9:53 AM IST
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ବୋଲି କୁହାଯାଉଛି । ଏହି ଘଟଣାରେ ଗତକାଲି ରାତିରେ ଜିଲ୍ଲା ସରକାରୀ ହସ୍ପିଟାଲ ଆଉଟ ବର୍ଣ୍ଣ ୟୁନିଟରୁ ଧୂଆଁ ବାହାରିଥିଲା । ଉପସ୍ଥିତ ନର୍ସ କବାଟ ଖୋଲିବା ପରେ ସେଠାରେ ନିଆଁ ଲାଗିସାରିଥିଲା ଓ ସେଠାରେ ଏକ ବିରାଟ ଆକାରରେ ଧୂଆଁ ବାହାରୁଥିଲା । ଏହି ସମୟରେ ଶୋଇଥିବା ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଓ ସାଧାରଣ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଏହି ବିଭାଗରେ ଦୁଇଟି ୟୁନିଟ୍ ଆଉଟ୍ ବର୍ନ୍ ଓ ଇନ୍ ବର୍ନ୍ ଅଛି । ଯେଉଁଥିରୁ ନବଜାତ ଶିଶୁମାନେ ଜନ୍ମିତ ୟୁନିଟ୍ ସହିତ ସୁରକ୍ଷିତ, କିନ୍ତୁ ୧୦ଟି ନବଜାତ ଶିଶୁ ଏହାଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ଏହି ସମୟ ମଧ୍ୟରେ ୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ସିଭିଲ୍ ସର୍ଜନ ପ୍ରମୋଦ ଖାନ୍ଦେଟ୍ ଏହି ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରର ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଘଟଣା ନୂଆ ନୁହେଁ । ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟର ପଶ୍ଚିମ ଅଞ୍ଚଳର କୋଲହାପୁରର ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଛତ୍ରପତି ପ୍ରମିଲା ରାଜେ ସରକାରୀ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡର କାରଣକୁ ସର୍ଟ ସର୍କିଟ ଭାବରେ ହୋଇଥିବା ମଧ୍ୟ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ ହସ୍ପିଟାଲ ଏହି ଘଟଣା ଘଟିଥିବା ସମୟରେ ୪୦୦ ରୁ ଅଧିକ କୋଭିଡ -୧୯ ରୋଗୀ ଏଠାରେ ଚିକିତ୍ସିତ ହେଉଥିଲେ ।