ମଧ୍ୟପ୍ରଦେଶରେ ବୁଲା କୁକୁରଙ୍କ ଆତଙ୍କ; ୫ ବର୍ଷର ଝିଅକୁ କାମୁଡ଼ି କାମୁଡ଼ି ମାରିଦେଲେ

Dog Attack In Khargone: ସିଭିଲ୍ ସର୍ଜନ ଅନାର ସିଂ ଚୌହାନ କହିଛନ୍ତି ଯେ କୁକୁର ଆକ୍ରମଣରେ କୁନି ଝିଅଟି ଗୁରୁତର ଆହତ ହୋଇଛି। ଝିଅକୁ ପ୍ରଥମେ ବେଦିଆର ଏକ ସରକାରୀ ଡାକ୍ତରଖାନା ଓ ପରେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେ ଶେଷରେ ଦୁନିଆ ଛାଡ଼ି ଚାଲିଯାଇଛନ୍ତି।

ମଧ୍ୟପ୍ରଦେଶରେ ବୁଲା କୁକୁରଙ୍କ ଆତଙ୍କ

ମଧ୍ୟପ୍ରଦେଶରେ ବୁଲା କୁକୁରଙ୍କ ଆତଙ୍କ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୋପାଳ: ଶୁକ୍ରବାର ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୫ ବର୍ଷ ଝିଅର ମୃତ୍ୟୁ ଘଟିଛି। ସୋନିଆ ନାମକ ଏହି କୁନି ଝିଅଟିର ବେକ ଓ ଶରୀରର ଅନ୍ୟ ଅଙ୍ଗରେ କୁକୁରମାନେ ଆକ୍ରମଣ କରିଥିଲେ। ପରେ ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ଅତ୍ୟଧିକ ରକ୍ତସ୍ରାବ ହେତୁ ଝିଅଟିର ମୃତ୍ୟୁ ଘଟିଛି।

ଏହି ଘଟଣା ବେଦିଆ ପୋଲିସ ଷ୍ଟେସନ ଅଞ୍ଚଳର ବାକାୱା ଗାଁର। ଶୁକ୍ରବାର ଅପରାହ୍ନରେ ନିକଟସ୍ଥ ଏକ ଦୋକାନରୁ କିଛି କିଣିବାକୁ ଯାଉଥିବା ବେଳେ ପ୍ରାୟ ୭ରୁ ୮ଟି କୁକୁର ଝିଅ ଉପରେ ଆକ୍ରମଣ କରିଥିଲେ। ସୂଚନାନୁସାରେ, ଝିଅର ବାପା ବୃତ୍ତି ଅନୁଯାୟୀ ଜଣେ ଶ୍ରମିକ ଓ ସେ ଏହି ଘଟଣା ସମୟରେ କିଛି କାମ ପାଇଁ ବାହାରକୁ ଯାଇଥିଲେ।

କୁହାଯାଉଛି ଯେ କୁକୁର ଆକ୍ରମଣ ସମୟରେ ଝିଅର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ତା ପାଖକୁ ଯାଇ କୁକୁରମାନଙ୍କଠୁ ତାକୁ ଉଦ୍ଧାର କରିଥିଲେ, କିନ୍ତୁ ପାଞ୍ଚ ବର୍ଷର ଝିଅଟିର ବେକ ଓ ଶରୀରର ଅନେକ ଅଂଶରେ ଆଘାତ ଲାଗିଥିଲା।

ସିଭିଲ୍ ସର୍ଜନ ଅନାର ସିଂ ଚୌହାନ କହିଛନ୍ତି ଯେ କୁକୁର ଆକ୍ରମଣରେ କୁନି ଝିଅଟି ଗୁରୁତର ଆହତ ହୋଇଛି। ଝିଅକୁ ପ୍ରଥମେ ବେଦିଆର ଏକ ସରକାରୀ ଡାକ୍ତରଖାନା ଓ ପରେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେ ଶେଷରେ ଦୁନିଆ ଛାଡ଼ି ଚାଲିଯାଇଛନ୍ତି।

ନୋଏଡାରେ ୭ ମାସର ନବଜାତ ଶିଶୁର ମୃତ୍ୟୁ ଘଟିଥିଲା ​​

ପ୍ରକାଶ ଥାଉକି ଏହି ସପ୍ତାହ ଆରମ୍ଭରେ, ସୋମବାର ଦିନ, ନୋଏଡାର ହାଉସିଂ ସୋସାଇଟିରେ ଜଣେ ୭ ମାସର ନବଜାତ ଶିଶୁକୁ କୁକୁର ଦ୍ୱାରା ହତ୍ୟା କରାଯାଇଥିଲା। କୁକୁର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନବଜାତ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣରେ ଶିଶୁର ଅନ୍ତନଳୀ ବାହାରି ଆସିଥିଲା। ପିଲାଟି ନୋଏଡାର ୟାଥର୍ଥ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା, ଯାହା ବିଫଳ ହୋଇଥିଲା। ରାତିସାରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି।
Published by:Lipina Das
First published: