ସାତ ବର୍ଷର ଝିଅ ଉପରେ ମାଆ ବାପାଙ୍କ ଅତ୍ୟାଚାର; ୩ଥର ଆତ୍ମହତ୍ୟା ଉଦ୍ୟମ କରିଛି ଝିଅ

ସାତ ବର୍ଷର ଝିଅ ଉପରେ ମାଆ ବାପାଙ୍କ ଅତ୍ୟାଚାର ।

ସାତ ବର୍ଷର ଝିଅ ଉପରେ ମାଆ ବାପାଙ୍କ ଅତ୍ୟାଚାର ।

  • Share this:
News 18 Odia Digital

ନୂଆଦିଲ୍ଲୀ; ମାଣ୍ଡସୌର ଜିଲ୍ଲାର ଗୁଡଭେଲି ଗ୍ରାମରେ ମା' ବାପା ତାଙ୍କ ସାତ ବର୍ଷର ଝିଅ ସହିତ ଅତ୍ୟାଚାର କରୁଥିଲେ। ଆଉ ଭିଡିଓ ଭାଇରାଲ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା । ଏବେ ଏହି ମାମଲାରେ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଦୁହେଁ ନିରୀହ ଝିଅକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ । ପୁଅ ହେବା ପରେ ତା ଉପରେ ଅତ୍ୟାଚାର କରିବାକୁ ଲାଗିଲେ । ଆଶ୍ଚର୍ଯ୍ୟଜନକ କଥା ଏହା ଯେ ନିରୀହ ଝିଅଟି ଅଳ୍ପ ବୟସରେ ତିନିଥର ଆତ୍ମହତ୍ୟା ଉଦ୍ୟମ କରିସାରିଛି।

ସୂଚନାନୁସାରେ, ମଧ୍ୟପ୍ରଦେଶର ମାଣ୍ଡସୌର ଜିଲ୍ଲାର ଗୁଡଭେଲି ବାସିନ୍ଦା ସେଶଲ ଏବଂ ସଂଗୀତା ମାତ୍ର ୫ ଦିନର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେହି ସମୟରେ ସେଶଲ ଏବଂ ସଂଗୀତାଙ୍କର କୌଣସି ସନ୍ତାନ ନଥିଲେ । ପ୍ରାୟ ଦେଢ଼ବର୍ଷ ପରେ ସେମାନଙ୍କର ଗୋଟିଏ ପୁଅ ହେଲା । ପୁଅ ହେବା ପରେ ଦୁହେଁ ଏହି ନିରୀହ ଝିଅ ପ୍ରତି ବ୍ୟବହାର ବଦଳିଗଲା ଏବଂ ତାଙ୍କୁ ପିଟିବା ଆରମ୍ଭ କରିଦେଲେ । ଦୁହେଁ ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ଭୋକରେ ରଖୁଥିଲେ । ଏମିତିକି ସାବତ ମା ତାକୁ ଛାତ ଉପରେ ଓଲଟା ଟାଙ୍ଗି ଦେଉଥିଲେ ।

ଗ୍ରାମବାସୀଙ୍କ କହିବାନୁସାରେ, ନିରୀହ କୁନି ଝିଅଟି ତିନିଥର ଆତ୍ମହତ୍ୟା ଉଦ୍ୟମ କରିସାରିଲାଣି । ଦୁଇଥର କୂଅ ଭିତରକୁ ଡେଇଁ ଡେଇଁ ପଡ଼ିଥିଲା ଏବଂ ଥରେ ଦଉଡ଼ି ଦେବାକୁ ଚେଷ୍ଟା କରିଥିଲା । ଗ୍ରାମବାସୀ କହିଛନ୍ତି ଯେ ଝିଅଟି କେବଳ ମା’ଙ୍କ ଯୋଗୁ ହିଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ସେ ଘରର ସମସ୍ତ କାର୍ଯ୍ୟ କରିବ ତଥାପି ବି ସାବତ ମା ତାକୁ ପର୍ଯ୍ୟାପ୍ତ ଖାଦ୍ୟ ଦେବନାହିଁ । ପଡୋଶୀ କମଲେଶ ପାଟିଦାର କହିଛନ୍ତି ଯେ ସାବତ ମା ତାକୁ ଦିନେ ମାଡ଼ ମାରିଥିଲା , ମନା କରିବା ପରେ ମଧ୍ୟ ମାଡ ସେ ଶୁଣିନଥିଲେ ସେମିତି ପିଟିବାକୁ ଲାଗିଲେ । ଆଉ ପରେ ଛୁଆଟିକୁ ଛାତ ଉପରେ ଓଲଟା ଓହଳେଇ ଦେଲେ । ଘଟଣାସ୍ଥଳରେ ଭିଡ଼ ଜମିବା ଦେଖି ଅଭିଯୁକ୍ତ ମହିଳା ଝିଅଟିକୁ ଟାଣି ନେଇଥିଲେ, କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ମାଡ ମାରିବା ଜାରି ରଖିଥିଲେ । ସେହି ସମୟରେ ଝିଅଟିକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ପୁରା ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିବା ସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା କହିଛି ।
Published by:Soubhagya Mishra
First published: