୩,୪୧୯କୋଟି ଟଙ୍କାର ଘର ବିଲ ଦେଖି ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି; ଭୁଲ ମାନିଲା ବିଦ୍ୟୁତ ବିଭାଗ

ମଧ୍ୟପ୍ରଦେଶର ଗ୍ୱାଲିଅରରେ ବିଦ୍ୟୁତ୍ ବିଭାଗରୁ ଆସିଥିବା ୩,୪୧୮ କୋଟି ଟଙ୍କାର ବିଲ ଦେଖି ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ଇଲେକ୍ଟ୍ରି ବିଲ (ପ୍ରତୀକାତ୍ମକ ଛବି)

ଇଲେକ୍ଟ୍ରି ବିଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମଧ୍ୟପ୍ରଦେଶର ଗ୍ୱାଲିଅରରେ ବିଦ୍ୟୁତ୍  ବିଭାଗରୁ ଆସିଥିବା ବିଲ ଦେଖି ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବାସ୍ତବରେ, ଗ୍ୱାଲିଅରରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ୍ କମ୍ପାନୀରୁ ଉକ୍ତ ବ୍ୟକ୍ତିଙ୍କୁ ବିଦ୍ୟୁତ୍ ବିଲ୍ ଆସିଥିଲା। ଯେଉଁଥିରେ ତାଙ୍କ ଘରର ବିଲ ୩,୪୧୮ କୋଟି ଲେଖା ହୋଇଥିଲା।

କୁହାଯାଉଛି ଯେ ମଧ୍ୟପ୍ରଦେଶର ଗ୍ୱାଲିଅରର ବାସିନ୍ଦା ପ୍ରିୟଙ୍କା ଗୁପ୍ତାଙ୍କୁ ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ମିଳିଛି। ଏହା ଦେଖି ତାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ପାୱାର କମ୍ପାନୀ ଏହାକୁ ଏକ ମାନବୀୟ ତ୍ରୁଟି ବୋଲି କହିଛି। ଏଥି ସହିତ ସେମାନଙ୍କ ଘରର ୧୩୦୦ ଟଙ୍କା ମୂଲ୍ୟର ଏକ ବିଲ୍ ପ୍ରଦାନ କରାଯାଇଛି।

ପ୍ରିୟଙ୍କା ଗୁପ୍ତାଙ୍କ ସ୍ୱାମୀ ସଞ୍ଜୀବ କାନକାନେ କହିଛନ୍ତି ଯେ ଜୁଲାଇରେ ଆସିଥିବା ବିଦ୍ୟୁତ୍ ବିଲରେ କୋଟି କୋଟି ଟଙ୍କା ଦେଖିବା ପରେ ତାଙ୍କ ପିତା ଅସୁସ୍ଥ ହୋଇପଡିଥିଲେ। ସଞ୍ଜୀବ କାନକାନେଙ୍କ ଅନୁଯାୟୀ, ଜୁଲାଇ ୨୦ ରେ ଜାରି ହୋଇଥିବା ବିଲ୍ ମଧ୍ୟପ୍ରଦେଶ ମଧ୍ୟ କକ୍ଷେତ୍ର ବିଦ୍ୟୁତ୍ ବିତରଣ କମ୍ପାନୀର ପୋର୍ଟାଲ୍ ମାଧ୍ୟମରେ କ୍ରସ୍ ଯାଞ୍ଚ ପରେ ସଠିକ୍ ବୋଲି ଜଣାପଡିଛି।

MPMKVVC ଏହି ଘଟଣାର ଅବଗତ ହେବା ପରେ ଏହି ବିଲ୍ ସଂଶୋଧନ କରି ପରିବାରକୁ ୧୩୦୦ ଟଙ୍କା ମୂଲ୍ୟର ବିଲ୍ ପ୍ରଦାନ କରିଥିଲା। ଏହି ମାମଲାରେ MPMKVVC ଜେନେରାଲ ମ୍ୟାନେଜର ନିତିନ ମଙ୍ଗଲିକ ବିଦ୍ୟୁତ ବିଲରେ ମୁଦ୍ରିତ ବିପୁଳ ପରିମାଣରେ ମାନବୀୟ ତ୍ରୁଟିକୁ ଦାୟୀ କରିଛନ୍ତି ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି।
Published by:Soumya Das
First published: