News18 Odia Digital
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଆଜି ବି କେଉଁ ହସ୍ପିଟାଲରେ ନାହାଁନ୍ତି ଡାକ୍ତର ତ ଆଉ କେଉଁଠି ନାହିଁ ଆମ୍ବୁଲାନ୍ସ। ରୋଗୀର ମୃତ୍ୟୁ ପରେ ମୃତ ଶରୀରକୁ ଘରକୁ ନେବା ପାଇଁ ମିଳୁନି ମହାପ୍ରୟାଣ ଗାଡ଼ି। ନିକଟରେ ମଧ୍ୟପ୍ରଦେଶର ଶହଦୋଲରୁ ଏଭଳି ମାମଲା ସାମ୍ନାକୁ ଆସିଛି।
ରବିବାର ଦିନ ଶାହାଦୋଲ ମେଡିକାଲ କଲେଜରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଜିଲ୍ଲା ଡାକ୍ତରଖାନାରେ ମୃତକଙ୍କ ପରିବାର ମୃତଦେହକୁ ଘରକୁ ନେବାକୁ ଆମ୍ବୁଲାନ୍ସ ପାଇ ନଥିଲେ। ଏହା ପରେ ପୁଅମାନେ ମା’ଙ୍କ ମୃତଦେହକୁ ବାଇକ ପଛରେ କାଠ ବାନ୍ଧି ଶହଦୋଲ ଜିଲ୍ଲାଠୁ ୮୦ କିଲୋମିଟର ଦୂର ନିଜ ଘରକୁ ନେଇ ଯାଇଥିଲେ।
ପୁଅମାନେ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାରେ ତାଙ୍କ ମା'ଙ୍କୁ ଚିକିତ୍ସା କରାଯାଇ ନଥିଲା କିମ୍ବା ମୃତ୍ୟୁ ପରେ ଆମ୍ବୁଲାନ୍ସ ମଧ୍ୟ ମିଳିନଥିଲା। ପ୍ରାଇଭେଟ ଗାଡ଼ି ୫ ହଜାର ଟଙ୍କା ମାଗିଥିଲେ, କିନ୍ତୁ ସମ୍ପର୍କୀୟଙ୍କ ପାଖରେ ସେତେ ଟଙ୍କା ନଥିଲା।
ଶେଷରେ ପୁଅମାନେ ଭାବିଲେ ମା’ର ଶବକୁ ବାଇକରେ ନେଇଯାଇଥିଲେ। ସେମାନେ ୧୦୦ଟଙ୍କାରେ କାଠ କିଣି ବାଇକ ପଛରେ ବାନ୍ଧି ମା' ଶବକୁ ଘରକୁ ନେଇ ଯାଇଥିଲେ। ଏବେ ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।