Madhya Pradesh: ମୁରୈନାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ; ୪ ମୃତ

Blast in Morena​: ବର୍ତ୍ତମାନ ଖରବର ଆସୁଛି ଯେ ମଧ୍ୟପ୍ରଦେଶର ମୁରୈନାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ବଡ଼ ଥିଲା ଯେ ଯେଉଁ ଘରେ ବାଣ ଗୋଦାମ ଥିଲା, ତାହା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଛି।

ମୁରୈନାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ

ମୁରୈନାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୋପାଳ: ବର୍ତ୍ତମାନ ଖରବର ଆସୁଛି ଯେ ମଧ୍ୟପ୍ରଦେଶର ମୁରୈନାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ବଡ଼ ଥିଲା ଯେ ଯେଉଁ ଘରେ ବାଣ ଗୋଦାମ ଥିଲା, ତାହା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଛି।

ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ମଧ୍ୟ ଅଛନ୍ତି। ଚାରିଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗ୍ୱାଲିୟରକୁ ପଠାଯାଇଛି। ଏହା କୁହାଯାଉଛି ଯେ ଅଧିକ ଲୋକ ଗୋଦାମ ଘର ତଳେ ଫସି ରହିପାରନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଏହି ଘଟଣା ମୁରୈନା ଜିଲ୍ଲାର ବାନମୋର ସହରର ଜୟତପୁର ରୋଡର ଘଟିଛି। କୁହାଯାଉଛି ଯେ ଗୋଦାମ ଏକ ଆବାସିକ ଅଞ୍ଚଳରେ ଅବସ୍ଥିତ। ଗୋଦାମ ବିସ୍ଫୋରଣ ହେବାପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୋଦାମ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଯେଉଠାରେ ଏହି ବେଆଇନ ବାଣ ଗୋଦାମ ଥିଲା, ସେଠାରେ କିଛି ଲୋକ ଘର ଭଡ଼ାରେ ନେଇ ବସବାସ କରୁଥିଲେ। ବର୍ତ୍ତମାନ ପ୍ରଶାସନ ଦଳ ଏହି ବିଲ୍ଡିଂରେ ରହୁଥିବା ଲୋକଙ୍କ ବିବରଣୀ ସଂଗ୍ରହ କରୁଛନ୍ତି।

ଜବଲପୁରର ଏକ ଦୋକାନରେ ନିଆଁ

ଏଥି ସହ ଜବଲପୁରର ଏକ ଦୋକାନରେ ମଧ୍ୟ ନିଆଁ ସମ୍ପର୍କରେ ସୂଚନା ମିଳିଛି। ଜବଲପୁରର ଅଗ୍ନିଶମ ଅଧୀକ୍ଷକ ରାଜେନ୍ଦ୍ର ପଟେଲଙ୍କ ଅନୁଯାୟୀ, '୧୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛି। ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ନିକଟସ୍ଥ ଦୋକାନ ଓ ଘର ସୁରକ୍ଷିତ କରାଯାଇଛି। କୌଣସି କ୍ଷୟକ୍ଷତିର ଆଶଙ୍କା ନାହିଁ।’’
Published by:Lipina Das
First published: