ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ କମଳ ନାଥ ଇସ୍ତଫା ଦେଲେ; ଏବେ ବିଜେପି ପାଇଁ ରାସ୍ତା ସଫା

କମଳ ନାଥ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କ ଶାସନର ସଫଳତାକୁ ସହିପାରୁ ନାହିଁ ଓ ରାଜ୍ୟରେ ‘‘ଜନାଦେଶ ପ୍ରତି ବିଶ୍ୱାସଘାତକତା’’ କରି ୧୫ ମାସର ସରକାରକୁ ଭାଙ୍ଗିଦେବା ପାଇଁ ଷଡ଼ଯନ୍ତ୍ର କରିଛି ।

ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ କମଳ ନାଥ ଇସ୍ତଫା ଦେଲେ; ଏବେ ବିଜେପି ପାଇଁ ରାସ୍ତା ସଫା
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇସ୍ତଫା ଘୋଷଣା କରୁଛନ୍ତି କମଳ ନାଥ ।
  • News18 Odia
  • Last Updated: March 20, 2020, 1:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ବିଧାନ ସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ହେବାକୁ ଥିବା ଶକ୍ତି ପରୀକ୍ଷାର ଦୁଇ ଘଣ୍ଟା ପୂର୍ବକୁ ମଧ୍ୟ ପ୍ରଦେଶର କଂଗ୍ରେସ ମୁଖ୍ୟ ମନ୍ତ୍ରୀ କମଳ ନାଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଇସ୍ତଫା ଘୋଷଣା କରିବା ପରେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆବାସକୁ ଯାଇ ତାଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି ।

କମଳ ନାଥ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କ ଶାସନର ସଫଳତାକୁ ସହ୍ୟ କରିପାରୁ ନାହିଁ ଓ ରାଜ୍ୟରେ କଂଗ୍ରେସକୁ ମିଳିଥିବା ‘‘ଜନାଦେଶ ପ୍ରତି ବିଶ୍ୱାସଘାତକତା’’ କରି ୧୫ ମାସର ସରକାରକୁ ଭାଙ୍ଗିଦେବା ପାଇଁ ଷଡ଼ଯନ୍ତ୍ର କରିଛି ।

ବିଧାନ ସଭାରେ ଶକ୍ତି ପରୀକ୍ଷା ଅପରାହ୍ଣ ୨ଟାରେ ହେବାର ଥିଲା, ହେଲେ ତା’ ପୂର୍ବରୁ କମଳ ନାଥଙ୍କ ଇସ୍ତଫା ଯୋଗୁଁ ବିପକ୍ଷରେ ଥିବା ବିଜେପି ପାଇଁ ରାଜ୍ୟରେ ସରକାର ବନେଇବାର ରାସ୍ତା ସଫା ହୋଇଯାଇଥିବା ଲାଗୁଛି । ଗତ କାଲି ଶକ୍ତି ପରୀକ୍ଷା କରିବା ପାଇଁ ବିଧାନ ସଭାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ସୁପ୍ରିମ କୋର୍ଟ ଆଜି ଅପରାହ୍ଣ ୫ଟା ସୁଦ୍ଧା ସmମୟ ଦେଇଥିଲେ । ତା’ ପରେ ବାଚସ୍ପତି ଗୁରୁବାର ରାତିରେ ବେଙ୍ଗାଲୁରୁରେ ଥିବା ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଥିଲେ ।

ଗଣମାଧ୍ୟମକୁ ସମ୍ବୋଧିତ କରି କମଳ ନାଥ କହିଛନ୍ତି ବିଜେପି ତାଙ୍କ ଇଚ୍ଛାଶକ୍ତିକୁ କେବେ ବି ହରେଇ ପାରିବ ନାହିଁ। “ମୁଁ ସାରା ଜୀବନ ମୂଲ୍ୟବୋଧ ସହିତ ରାଜନୀତି କରିଛି। ବିଜେପି ନିଜ ଷଡ଼ଯନ୍ତ୍ରରେ କେବେ ବି ସଫଳ ହେବ ନାହିଁ । ଇସ୍ତଫା ଦେବା ପାଇଁ ବିଧାୟକଙ୍କ ଉପରେ କ’ଣ ଚାପ ଥିଲା ତାହା ସମୟ କହିବ । ମୁଁ ଇସ୍ତଫା ଦେଉଛି,’’ ସେ କହିଛନ୍ତି ।

ହେଲେ କାହାଣୀରେ ମୋଡ଼ ହିସାବରେ ଏକ ଘଟଣାକୁ ଏବେ ଦେଖାଯାଉଛି । କଂଗ୍ରେସ ନିଜର କିଛି ବିଧାୟକଙ୍କ ଇସ୍ତଫା ଯୋଗୁଁ ବିଧାନ ସଭାରେ ହରେଇଥିବା ସଂଖ୍ୟା ପୁଣି ଫେରି ପାଇବାକୁ ଚେଷ୍ଟା କରୁଥିବାର ଏକ ସଙ୍କେତରେ ଟ୍ରଷ୍ଟ ଭୋଟର କିଛି ଘଣ୍ଟା ପୂର୍ବରୁ ବିଜେପି ବିଧାୟକ ଶରଦ କୁମାର ଇସ୍ତଫା ଦେଇଛନ୍ତି । ମଧ୍ୟ ପ୍ରଦେଶ ବିଧାନସଭାର ବିଧାୟକମାନେ ହାତ ଉଠାଇ ସୁପ୍ରିମ କୋର୍ଟ ସମୟ ସୀମା ସ୍ଥିର କରିବାର ଗୋଟିଏ ଦିନ ପରେ ଆଜି ଅପରାହ୍ନ ୨ଟାରେ ସରକାରଙ୍କ ଭାଗ୍ୟ ସ୍ଥିର କରିବେ । ଫ୍ଲୋର୍ ଟେଷ୍ଟ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ ଓ ସିଧା ପ୍ରସାରଣ ହେବ ।

‘‘ବିଧାନ ସଭାର ସ୍ଥଗିତ ରଖାଯାଇଥିବା ଅଧିବେଶନକୁ ମାର୍ଚ୍ଚ ୨୦ରେ ପୁଣି କରାଯିବ । ଏହି ଅଧିବେଶନରେ କେବଳ ଗୋଟିଏ ଏଜେଣ୍ଡା ରହିବ – କେବଳ ଫ୍ଲୋର୍‌ ଟେଷ୍ଟ୍‌ ଆୟୋଜନ କରିବା,’’ ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ ବୁଧବାର ଦିନ କହିଥିଲେ ।

ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏହି ଦୁଇଜଣିଆ ଖଣ୍ଡପୀଠ କହିଥିଲେ ଯେ ଯଦି ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ବିଧାନ ସଭାକୁ ଆସିବାକୁ ଚାହାଁନ୍ତି, ତେବେ ଉଭୟ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବେ ।
First published: March 20, 2020, 1:33 PM IST
corona virus btn
corona virus btn
Loading