ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»WhatsApp ର ଛୁଟି! ଭାରତରେ ଜଲ୍ଦି ଲଞ୍ଚ ହୋଇପାରେ ମେଡ୍ ଇନ୍ ଇଣ୍ଡିଆ ମେସେଜିଂ ଆପ୍ 'Sandes'

WhatsApp ର ଛୁଟି! ଭାରତରେ ଜଲ୍ଦି ଲଞ୍ଚ ହୋଇପାରେ ମେଡ୍ ଇନ୍ ଇଣ୍ଡିଆ ମେସେଜିଂ ଆପ୍ 'Sandes'

ମେଡ ଇନ୍ ଇଣ୍ଡିଆ ଆପ୍ ‘Sandes’ର ଟେଷ୍ଟିଙ୍ଗ ଚାଲିଛି ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ସରକାରୀ କର୍ମଚାରୀମାନେ ବ୍ୟବହାର କରୁଛନ୍ତି ଓ ଖୁବ୍ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

WhatsApp ର ଛୁଟି! ଭାରତରେ ଜଲ୍ଦି ଲଞ୍ଚ ହୋଇପାରେ ମେଡ୍ ଇନ୍ ଇଣ୍ଡିଆ ମେସେଜିଂ ଆପ୍ 'Sandes'
ଭାରତରେ ଲଞ୍ଚ ହେବ ମେଡ୍ ଇନ୍ ଇଣ୍ଡିଆ ମେସେଜିଂ ଆପ୍ 'Sandes'
  • News18 Odia
  • Last Updated: February 10, 2021, 10:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହ୍ୱାଟସ୍ ଆପ୍ ମେସେଜିଂ (WhatsApp) ସର୍ଭିସର ଏକ ଭାରତୀୟ ବିକଳ୍ପ ‘Sandes’ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ ଏହାର ଟେଷ୍ଟିଙ୍ଗ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆରମ୍ଭ ହୋଇଛି । ‘Sandes’ ହେଉଛି ଏକ ହିନ୍ଦୀ ଶବ୍ଦ। ଯାହାର ଅର୍ଥ ହେଉଛି 'ବାର୍ତ୍ତା' । ଗତ ବର୍ଷ ଏହି ଆପ୍ ପ୍ରସ୍ତୁତ କରିବାକୁ ଭାରତ ସରକାର କହିଥିଲେ ଓ ଏହା ବର୍ତ୍ତମାନ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ଅଛି ଓ ପ୍ରାୟ ପ୍ରସ୍ତୁତ ହୋଇସାରିଛି । କୁହାଯାଉଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ସରକାରୀ କର୍ମଚାରୀମାନେ ବ୍ୟବହାର କରୁଛନ୍ତି ଓ ଖୁବ୍ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଯଦିଓ ଭାରତରେ ଆପର ରୋଲ ଆଉଟ୍ ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ଯଦି ଆପଣ gims.gov.in ପୃଷ୍ଠାକୁ ଯାଆନ୍ତି, ତେବେ ଆପଣ ‘sandes' ଦେଖିପାରିବେ । ଏହି ଆପ୍ ସମସ୍ତ ଫିଚର ସହିତ ଆସିଥାଏ ଯାହା ଯକୌଣସି ତତକ୍ଷଣାତ୍ ମେସେଜିଂ ଆପ୍ ରେ ଦିଆଯାଏ । ଏଥିରେ ଉପଭୋକ୍ତାମାନେ ଭଏସ୍ ଓ ଡାଟା ଭଳି ଫିଚର ବ୍ୟବହାର କରିବାକୁ ସକ୍ଷମ ହେବେ ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏକ ଶାଖା ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ଏହି ଆପର ବ୍ୟାକେଣ୍ଡକୁ ନିୟନ୍ତ୍ରଣ କରିଥାଏ । ରିପୋର୍ଟ ଅନୁଯାୟୀ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମ ପାଇଁ ଉପଲବ୍ଧ କରାଯାଇଛି । ଯଦି ଉପଭୋକ୍ତାମାନେ LDAP ସାଇନ୍-ଇନ୍, OTP ସାଇନ୍-ଇନ୍ ଓ ସନ୍ଦେଶ ୱେବ୍ ମାଧ୍ୟମରେ ଆପ୍ ସାଇନ୍ କରିବାକୁ ଚେଷ୍ଟା କରନ୍ତି ତେବେ ଆପଣ ଏକ ପପ୍-ଅପ୍ ପାଇଥା’ନ୍ତି । ଯେଉଁଥିରେ ଲେଖାଯିବ, 'ଏହି ପ୍ରାମାଣିକିକରଣ ପଦ୍ଧତି ପ୍ରାଧିକୃତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ।'

ଗତ ମାସରେ ସରକାର ଇଣ୍ଟେର୍ନେଟ ମେସେଜିଂ ଆପ୍ ହ୍ୱାଟସ୍ ଆପ ତା'ର ସେବା ତଥା ଗୋପନୀୟତା ପଲିସି ପରିବର୍ତ୍ତନକୁ ତୁରନ୍ତ ପ୍ରତ୍ୟାହାର କରିବା ବିଷୟରେ କହିଥିଲେ ଯାହା କେବଳ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ କରାଯାଇଥିଲା ।

ହ୍ୱାଟସ୍ ଆପ୍ ଉପରେ ସରକାରଙ୍କ କଠୋରତା
କେନ୍ଦ୍ର ସରକାର ଦିଲ୍ଲୀ ହାଇ କୋର୍ଟଙ୍କୁ କହିଛନ୍ତି ଯେ ଗୋପନୀୟତା ନୀତି ସମ୍ବନ୍ଧରେ ହ୍ୱାଟସ୍ ଆପ୍ ଦ୍ୱାରା ଭାରତୀୟ ଓ ୟୁରୋପୀୟ ବ୍ୟବହାରକାରୀଙ୍କ ପ୍ରତି ଭିନ୍ନ ବ୍ୟବହାର ତାଙ୍କ ପାଇଁ ଚିନ୍ତାର ବିଷୟ । ହ୍ୱାଟସ୍ ଆପ୍ ଏହାର ନୂତନ ପଲିସି ୮ ଫେବୃଆରୀରୁ କାର୍ଯ୍ୟକାରୀ କରିବାକୁ ଥିଲା, କିନ୍ତୁ ପରେ ଏହାକୁ ୧୫ ମଇକୁ ବୃଦ୍ଧି କରାଯାଇଛି । ହ୍ବାଟସ ଆପ୍ ସ୍ପଷ୍ଟ କରିଛି ଯେ ଫେସବୁକ୍ ଓ ହ୍ବାଟସଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଜିନିଷ ଦେଖିପାରିବ ନାହିଁ । ସେମାନେ ନିରାପଦରେ ଅଛନ୍ତି ଓ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନରୁ ସୁରକ୍ଷିତ ଅଛନ୍ତି ।
Published by: Jagdish Barik
First published: February 10, 2021, 10:39 AM IST