ଆଣ୍ଡ୍ରଏଡ୍ ପାଇଁ ଆସିଲା ଇଣ୍ଡିଆ ନିର୍ମିତ JioBrowser; ମାଇକ୍ରୋସଫ୍ଟ ଏଜ୍- ଗୁଗୁଲ୍ କ୍ରୋମର ଏଲିଟ୍ ଗ୍ରୁପରେ ସାମିଲ ହେଲା

ରିଲାଏନ୍ସ ଜିଓ (Reliance Jio) ଆଣ୍ଡ୍ରଏଡ୍ ଫୋନ୍ ପାଇଁ JioBrowser ୱେବ୍ ବ୍ରାଉଜରର ବିଟା ସଂସ୍କରଣ ରୋଲ କରିଛି, ଯାହା ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ...

JioBrowser ମାଇକ୍ରୋସଫ୍ଟ ଏଜ୍ - ଗୁଗୁଲ୍ କ୍ରୋମର ଏଲିଟ୍ ଗ୍ରୁପରେ ସାମିଲ ହେଲା

JioBrowser ମାଇକ୍ରୋସଫ୍ଟ ଏଜ୍ - ଗୁଗୁଲ୍ କ୍ରୋମର ଏଲିଟ୍ ଗ୍ରୁପରେ ସାମିଲ ହେଲା

  • News18 Odia
  • Last Updated :
  • Share this:
News18 Odia Digital
ରିଲାଏନ୍ସ ଜିଓ ଆଣ୍ଡ୍ରଏଡ୍ ଫୋନ୍ ପାଇଁ ବିଟା ସଂସ୍କରଣର ଜିଓ ବ୍ରାଉଜର ଓ ୱେବ୍ ବ୍ରାଉଜରର ରୋଲ ଆଉଟ କରିଛି । JioBrowser ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ ବିଟା ସଂସ୍କରଣରେ ଉପଲବ୍ଧ ହେବ । JioBrowser ବର୍ତ୍ତମାନ ଗୁଗୁଲ୍ କ୍ରୋମ୍, ମାଇକ୍ରୋସଫ୍ଟ ଏଜ୍ ଓ ଅପେରା ମିନି ପରି ଯୋଗଦାନ କରେ ଓ ମଲ୍ଟି ପ୍ରୋସେସ୍ କ୍ରୋମିୟମ୍ ବ୍ଲିଙ୍କ ଇଞ୍ଜିନକୁ ଏହାର ମୂଳ ଭାବରେ ବ୍ୟବହୃତ ହେଉଥିଲା । ଏହା ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ ସରକାର 'ଆତ୍ମନିର୍ଭରଶୀଳ ଭାରତ' ଆଡକୁ ଯିବାକୁ ମେଡ ଇନ୍ ଇଣ୍ଡିଆ ଉପରେ ଧ୍ୟାନ ଦେଉଛନ୍ତି । ରିଲାଏନ୍ସ ଜିଓ କହିଛନ୍ତି ଯେ JioBrowser ଭାରତୀୟ ବ୍ୟବହାରକାରୀଙ୍କ ପାଇଁ UCBrowser ପରି ଚାଇନିଜ୍ ଆପ୍ସର ଅଭାବକୁ ଦୂର କରିବ ।

ଜିଓ ବ୍ରାଉଜରର ବିଶେଷତା ବିଷୟରେ କହିବାକୁ ଗଲେ, ସୁରକ୍ଷିତ ପିନ୍ ସହିତ ଏକ ବ୍ୟକ୍ତିଗତ ବ୍ରାଉଜିଂ ମୋଡ୍ ଅଛି | ଆହୁରି ମଧ୍ୟ, ଏହାର ବ୍ୟକ୍ତିଗତ ମୋଡରେ ଯାଇ ଉପଭୋକ୍ତାମାନେ ବିଷୟବସ୍ତୁ ବୁକମାର୍କ କରିପାରିବେ | ଏହା ବ୍ୟତୀତ, ଫାଇଲଗୁଡ଼ିକ ପାଇଁ ଆଡଭାନ୍ସ ଡାଉନଲୋଡ୍ ମ୍ୟାନେଜର୍ ମଧ୍ୟ ଅଛି ଯାହାକୁ ଆପଣ ଆପ୍ ବ୍ୟବହାର କରି ଡାଉନଲୋଡ୍ କରିପାରିବେ ।

ଏଥିରେ କୁଇକ୍ ଲିଙ୍କ୍ ର ବିକଳ୍ପ ମଧ୍ୟ ଅଛି ଯାହା ଦ୍ୱାରା ଉପଭୋକ୍ତାମାନେ ବାରମ୍ବାର ବ୍ୟବହାର କରୁଥିବା ୱେବସାଇଟକୁ ସହଜରେ ଭିଜିଟ କରିବାକୁ ସମର୍ଥ ହେବେ । ଭଲ କଥା ହେଉଛି ଏଥିରବ ମଧ୍ୟ କଷ୍ଟମାଇଜ୍ ହୋଇପାରିବ । ୱେବ୍ ବ୍ରାଉଜର୍ ଆଧାରିତ ଗେମିଂ ଓ ହାଇ ରିଜୋଲ୍ୟୁସନ୍ ଭିଡିଓ ଷ୍ଟ୍ରିମିଂ ପାଇଁ JioBrowser ଅପ୍ଟିମାଇଜ୍ ହୋଇଛି ।

(ପ୍ରତ୍ୟାଖ୍ୟାନ - ନିଉଜ ୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀ ନେଟୱାର୍କ ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ଲିମିଟେଡ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାନା ଅଟେ )
Published by:Jagdish Barik
First published: