'ଲମ୍ଫି ସ୍କିନ' ଯୋଗୁଁ ୫୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ; ୧୬ରାଜ୍ୟକୁ ବ୍ୟାପିଲା ସଂକ୍ରମଣ

'ଲମ୍ଫି ସ୍କିନ' ଯୋଗୁଁ ସମଗ୍ର ଦେଶରେ ୫୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଛି। ଏହି ରୋଗ ୧୬ଟି ରାଜ୍ୟକୁ ବ୍ୟାପିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପଶୁପାଳନ ମନ୍ତ୍ରୀ ।

ଲମ୍ଫି ସ୍କିନ ସଂକ୍ରମଣ (ପ୍ରତୀକାତ୍ମକ ଛବି)

ଲମ୍ଫି ସ୍କିନ ସଂକ୍ରମଣ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

Lumpy Skin Disease: 'ଲମ୍ଫି ସ୍କିନ' ଯୋଗୁଁ  ସମଗ୍ର ଦେଶରେ ୫୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ଭାଇରସ ସଂକ୍ରମଣର ୧୭୩ ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୧୨ ଟି ରାଜ୍ୟରେ ବ୍ୟାପିଛି ବୋଲି କୁହାଯାଉଥିବାବେଳେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି ଯେ ଏହି ରୋଗ ୧୬ ଟି ରାଜ୍ୟକୁ ବ୍ୟାପିଛି। ଲମ୍ଫି ଭାଇରସ ଦ୍ୱାରା ରାଜସ୍ଥାନର ଗୋରୁ ଗାଈ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ଏହି ରୋଗର ମୁକାବିଲା ପାଇଁ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା ପାଇଁ ଦିଲ୍ଲୀରେ ଏକ ନିୟନ୍ତ୍ରଣ ସେଲ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି। ଏହା ମାଧ୍ୟମରେ ଅଧିକାରୀମାନେ ରାଜ୍ୟ ଅଧିକାରୀଙ୍କ ସହ ପରାମର୍ଶ କରୁଛନ୍ତି। ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହାର ଟିକା ଉତ୍ପାଦନ ସଂଖ୍ୟା ବୃଦ୍ଧି ପାଇଁ ଟିକା ନିର୍ମାତାମାନଙ୍କ ସହ ଆଲୋଚନା ହୋଇଛି। ରାଜସ୍ଥାନର ସ୍ଥିତି ଜାଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ନିଜେ ସେଠାକୁ ଗସ୍ତ କରିଥିଲେ।

ସୂଚନାନୂସାରେ ସର୍ବାଧିକ କ୍ଷୀର ଗୁଜରାଟରୁ ସଂଗ୍ରହ ହୋଇଥାଏ। ସେଠାରେ ଲମ୍ଫି ଭାଇରସ୍ ପ୍ରାୟ କମ ନଜର ଆସିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେ ଅମୁଲ କମ୍ପାନୀ ସହ କଥା ହୋଇଛନ୍ତି। ସେମାନଙ୍କ ଦୁଗ୍ଧ ସଂଗ୍ରହରେ କୌଣସି ସଙ୍କଟ ଆସିନାହିଁ ବୋଲି କମ୍ପାନୀ ନିଶ୍ଚିତ କରିଛି।
Published by:Soumya Das
First published: