News18 Odia Digital
LPG Price Hike: ଦେଶରେ ଇନ୍ଧନ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ପୁଣି ଥରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସାରା ଦେଶରେ ୧୦୦୦ଟଙ୍କା ଅତିକ୍ରମ କରିଛି। ଆଜି ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଏଥି ସହିତ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ବ୍ୟୟବହୁଳ ହୋଇଛି।
ଆଜି ଘରୋଇ ଏଲପିଜି ସିଲିଣ୍ଡରର ଦର ୩ଟଙ୍କା ୫୦ ପଇସା ବୃଦ୍ଧି ପାଇଛିଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ୧୦୦୩ ଟଙ୍କାରେ ଉପଲବ୍ଧ ହେବ। ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ଗତ ଏକ ବର୍ଷରେ ୮୦୯ ରୁ ୧୦୦୩ ଟଙ୍କାକୁ ବୃଦ୍ଧି ପାଇଛି।
ଏହାପୂର୍ବରୁ ୭ମଇରେ ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଥିଲା।ଏହାପୂର୍ବରୁ ୭ ମଇ ୨୦୨୨ ରେ ଦେଶରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ଓ ସେହି ସମୟରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହା ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମେ ମାସରେ ଦୁଇଥର ବୃଦ୍ଧି କରାଯାଇଛି। ଏଥିସହିତ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ୮ ଟଙ୍କା ମହଙ୍ଗା ହୋଇଛି।
ଦେଶର ପ୍ରମୁଖ ସହରଗୁଡ଼ିକରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ଜାଣନ୍ତୁ (୧୪.୨ କିଲୋଗ୍ରାମ)
ଦିଲ୍ଲୀ -ସିଲିଣ୍ଡର ପିଛା ୧୦୦୩ ଟଙ୍କା
କୋଲକାତା-ସିଲିଣ୍ଡର ପିଛା ୧୦୨୯ଟଙ୍କା
ମୁମ୍ବାଇ - ସିଲିଣ୍ଡର ପିଛା ୧୦୦୨.୫୦ ଟଙ୍କା
ଚେନ୍ନାଇ - ସିଲିଣ୍ଡର ପିଛା ୧୦୧୮.୫୦ ଟଙ୍କା
୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ କେତେ?ଦିଲ୍ଲୀ- ସିଲିଣ୍ଡର ପିଛା ୨୩୫୪ଟଙ୍କା
କୋଲକାତା- ସିଲିଣ୍ଡର ପିଛା ୨୪୫୪ ଟଙ୍କା
ମୁମ୍ବାଇ- ସିଲିଣ୍ଡର ପିଛା ୨୩୦୬ ଟଙ୍କା
ଚେନ୍ନାଇ - ସିଲିଣ୍ଡର ପିଛା ୨୫୦୭ ଟଙ୍କା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।