ବଢ଼ିବ ଗ୍ୟାସ ଦର (ପ୍ରତୀକାତ୍ମକ ଛବି)
News18 Odia Digital
ଲଗାତାର ଗ୍ୟାସ ଦର ବଢ଼ିଚାଲିଛି । ଗତ କିଛି ଦିନ ତଳେ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଆସନ୍ତା କାଲିଠୁ ପୁଣି ଗ୍ୟାସ ଦର ବଢ଼ିପାରେ ବୋଲି ସୂଚନାରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରତିମାସ ପହିଲାରେ ଏଲପିଜି ମୂଲ୍ୟ ନିର୍ଦ୍ଧାରିତ ହେଉଛି । ସେହି ହିସାବରେ ଆସନ୍ତା କାଲି ଗ୍ୟାସ ଦରରେ ବୃଦ୍ଧି ଘଟିପାରେ । ଗ୍ୟାସ ଦର ବୃଦ୍ଧିର ଆଉ ଏକ ବଡ଼ କାରଣ ହେଉଛି, ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ୍ ଦର ଲଗାତାର ବୃଦ୍ଧି ହେବାରେ ଲାଗିଛି । ତେଣୁ ପୁଣି ରୋଷେଇ ଗ୍ୟାସ ଦର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି ।
ଏହାପୂର୍ବରୁ ୭ ମଇ ୨୦୨୨ ରେ ଦେଶରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ଓ ସେହି ସମୟରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହା ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମେ ମାସରେ ଦୁଇଥର ବୃଦ୍ଧି କରାଯାଇଛି। ଏଥିସହିତ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ୮ ଟଙ୍କା ମହଙ୍ଗା ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।