ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»LPG ଗ୍ୟାସ କନେକ୍ସନ ନେବା ସହଜ ହେଲା; Indian oil ରଦ୍ଦ କଲା ଏହି ନିୟମ, ଏପରି କରନ୍ତୁ ଆବେଦନ

LPG ଗ୍ୟାସ କନେକ୍ସନ ନେବା ସହଜ ହେଲା; Indian oil ରଦ୍ଦ କଲା ଏହି ନିୟମ, ଏପରି କରନ୍ତୁ ଆବେଦନ

LPG Gas cylinder: ଯଦି ଆପଣ ଏଲପିଜି ଗ୍ୟାସ୍ ସିଲିଣ୍ଡର ନେବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ଆଡ୍ରେସ ପ୍ରୁଫ୍ (Address proof) ନ ଦେଇ ମଧ୍ୟ LPG ଗ୍ୟାସ୍ ସିଲିଣ୍ଡର ନେଇପାରିବେ । କେନ୍ଦ୍ର ସରକାରଙ୍କ ଅନୁଯାୟୀ ସରକାର ଦୁଇ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ୧ କୋଟିରୁ ଅଧିକ ମାଗଣାରେ ଏଲପିଜି କନେକ୍ସନ ଦେବେ ।

LPG ଗ୍ୟାସ କନେକ୍ସନ ନେବା ସହଜ ହେଲା; Indian oil ରଦ୍ଦ କଲା ଏହି ନିୟମ, ଏପରି କରନ୍ତୁ ଆବେଦନ
LPG ଗ୍ୟାସ କନେକ୍ସନ ନେବା ସହଜ ହେଲା
  • News18 Odia
  • Last Updated: April 17, 2021, 10:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ LPG ଗ୍ୟାସ୍ ସିଲିଣ୍ଡର ନେବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ଆଡ୍ରେସ ପ୍ରୁଫ୍ (Address proof) ନ ଦେଇ ମଧ୍ୟ LPG ଗ୍ୟାସ୍ ସିଲିଣ୍ଡର ନେଇପାରିବେ । ପ୍ରଥମେ ନିୟମ ଥିଲା ଯେ ଯେଉଁମାନଙ୍କର ଆଡ୍ରେସ ପ୍ରୁଫ୍ ନ ଥିଲା ସେମାନଙ୍କୁ ଏଲପିଜି (LPG) ସିଲିଣ୍ଡର ଦିଆ ଯାଉନଥିଲା । କିନ୍ତୁ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତୀୟ ତୈଳ ନିଗମ (IOCL) ସାଧାରଣ ଲୋକଙ୍କୁ ଆରାମ ଦେଇ ଏଲପିଜି ଉପରେ ଆଡ୍ରେସ ପ୍ରୁଫ୍ ବାଧ୍ୟତାମୂଳକକୁ ନିୟମକୁ ଶେଷ କରିଛି । ବର୍ତ୍ତମାନ କୌଣସି ଆଡ୍ରେସ ପ୍ରୁଫ୍ ନ ଦେଇ ଗ୍ୟାସ ସିଲିଣ୍ଡର କିଣା ଯାଇପାରିବ ।

ଜାଣନ୍ତୁ କ’ଣ ଏହି କେନ୍ଦ୍ର ସରକାରଙ୍କ ଯୋଜନା?
କେନ୍ଦ୍ର ସରକାରଙ୍କ ଅନୁଯାୟୀ ସରକାର ଦୁଇ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ୧ କୋଟିରୁ ଅଧିକ ମାଗଣାରେ ଏଲପିଜି କନେକ୍ସନ ଦେବେ । ସମସ୍ତ ଗରିବ ପରିବାରକୁ ମାଗଣା ଏଲପିଜି ସଂଯୋଗ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବାସସ୍ଥାନର କୌଣସି ପ୍ରମାଣ ବିନା ସରକାର ଏଲପିଜି ସଂଯୋଗ ଯୋଗାଉଛନ୍ତି । ଏହା ବ୍ୟତୀତ ଲୋକମାନେ ନିଜ ପଡ଼ୋଶୀ ୩ ଡିଲରଙ୍କ ଠାରୁ ରିଫିଲ୍ ସିଲିଣ୍ଡର ପାଇବା ପାଇଁ ମଧ୍ୟ ବିକଳ୍ପ ପାଇବେ ।

ଜାଣନ୍ତୁ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା

>> ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଗ୍ୟାସ କନେକ୍ସନ ଫର୍ମ ଡାଉନଲୋଡ୍ କରନ୍ତୁ
>> ନିକଟସ୍ଥ LPG କେନ୍ଦ୍ରକୁ ଆପଣଙ୍କର KYC ଫର୍ମ ଦାଖଲ କରନ୍ତୁ
>> ଜନଧନ ବ୍ୟାଙ୍କ, ଘରର ସମସ୍ତ ସଦସ୍ୟଙ୍କ ଆକାଉଣ୍ଟ ନମ୍ବର ପରି ଆବଶ୍ୟକୀୟ ସୂଚନା ଅପଡେଟ୍ କରନ୍ତୁ
>> ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଆପଣଙ୍କୁ ଏହି ସୂଚନା ଦେବାକୁ ପଡିବ

ଜାଣନ୍ତୁ LPG ସିଲିଣ୍ଡର କିପରି ବୁକ୍ କରିବେ
ଇଣ୍ଡେନର (Indane) LPG ସିଲିଣ୍ଡର ବୁକ୍ କରିବା ପାଇଁ ଆପଣ ଦେଶର ଯେକୌଣସି ସ୍ଥାନରୁ ୮୪୫୪୯୫୫୫୫୫ ନମ୍ବରକୁ ଏକ ମିସ୍ କଲ କରିପାରିବେ । ଏହା ବ୍ୟତୀତ ଆପଣ ହ୍ବାଟସଆପ୍ ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ । ବୁକ୍ କରିବାକୁ 'REFILL' ଟାଇପ୍ କରି ଏହାକୁ ୭୫୮୮୮୮୮୮୨୪ ନମ୍ବରରେ ପଠାଇବାକୁ ପଡିବ।
Published by: Jagdish Barik
First published: April 17, 2021, 10:48 AM IST