News18 Odia Digital
ନୂଆ ଦିଲ୍ଲୀ: ଏଲପିଜି ଗ୍ୟାସ୍ ସିଲିଣ୍ଡର କ୍ରେତାଙ୍କୁ ଏହି ମାସରେ ଏକ ବଡ଼ ଆରାମ ମିଳିଛି । କ୍ରମାଗତ ଭାବେ ବଢୁଥିବା ସିଲିଣ୍ଡର ଦରରୁ ସରକାର ଆରାମ ପ୍ରଦାନ କରିଛନ୍ତି । ତେବେ ଏହି ରିଲିଫ ସାଧାରଣ ଲୋକଙ୍କୁ ଦିଆଯାଇ ନାହିଁ ବରଂ ଛୋଟ ଦୋକାନୀ ଓ ହୋଟେଲ ମାଲିକମାନଙ୍କୁ ଦିଆଯାଇଛି । ପ୍ରକୃତରେ ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ଦ୍ୱାରା ଏଲପିଜି ସିଲିଣ୍ଡରର ଦାମ୍ ଚଳିତ ମାସରେ ୪୫.୫୦ ଟଙ୍କା ହ୍ରାସ କରାଯାଇଛି । ଏହି ରିହାତି କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରରେ କରାଯାଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ନୂତନ ଦର ମେ' ୧ ରୁ ଲାଗୁ ହୋଇଛି ।
ଜାଣନ୍ତୁ ଲାଟେଷ୍ଟ ରେଟ୍୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡରର ଦରରେ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଆଜି ଭୁବନେଶ୍ୱର ଏଲପିଜି ସିଲିଣ୍ଡରର ଦାମ୍ ୮୩୫.୫୦ ଟଙ୍କା ରହିଛି । ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡରର ଦାମ୍ ୬୯୪ ଟଙ୍କା ଥିଲା । ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ ଫେବୃଆରୀ ୧୫ ରେ ଦାମ୍ ୭୬୯ ଟଙ୍କାକୁ ବୃଦ୍ଧି ପାଇଲା । ଫେବୃଆରୀ ୨୫ ରେ,ଏଲପିଜି ସିଲିଣ୍ଡରର ଦାମ୍ ୭୯୪ ଟଙ୍କାକୁ ହ୍ରାସ କରାଯାଇଥିଲା । ଏଥି ସହିତ ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ଦାମ୍ ୮୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ଗତ ବର୍ଷ ଡିସେମ୍ବର -୨୦୨୦ ରୁ ଘରୋଇ ଗ୍ୟାସର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେତେବେଳେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦାମ୍ ୬୯୪ ଟଙ୍କା ଥିଲା । ଏହା ପରେ ଘରୋଇ ଗ୍ୟାସର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଏହି ମାସରେ ମଧ୍ୟ ଆଶା କରାଯାଉଥିଲା ଯେ ତୈଳ କମ୍ପାନୀଗୁଡିକ ପୁଣି ଦର ହ୍ରାସ କରିପାରନ୍ତି କିନ୍ତୁ ଏହା ହୋଇପାରି ନାହିଁ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।