ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»LPG Gas Cylinder: ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର ମାତ୍ର ୧୧୯ ଟଙ୍କାରେ ମିଳୁଛି; ଏପରି ଉଠାନ୍ତୁ ଅଫରର ଲାଭ

LPG Gas Cylinder: ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର ମାତ୍ର ୧୧୯ ଟଙ୍କାରେ ମିଳୁଛି; ଏପରି ଉଠାନ୍ତୁ ଅଫରର ଲାଭ

LPG Gas Cylinder: ପେଟିଏମ୍ ପୁଣି ଥରେ ଆପଣଙ୍କୁ ଏଲପିଜି ଗ୍ୟାସ୍ ସିଲିଣ୍ଡରରେ ଅଧିକ ସଞ୍ଚୟ କରିବାର ସୁଯୋଗ ଦେଉଛି । ଯାହା ଫଳରେ ଆପଣ ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡରରେ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

LPG Gas Cylinder: ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର ମାତ୍ର ୧୧୯ ଟଙ୍କାରେ ମିଳୁଛି; ଏପରି ଉଠାନ୍ତୁ ଅଫରର ଲାଭ
୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର ମାତ୍ର ୧୧୯ ଟଙ୍କାରେ ମିଳୁଛି
  • News18 Odia
  • Last Updated: March 25, 2021, 11:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ଏହି ସମୟରେ ଆକାଶଛୁଆଁ ରହିଛି । ସବସିଡିଯୁକ୍ତ ସିଲିଣ୍ଡରର ଦାମ୍ ୨୦୨୧ ମସିହାରେ ଏପର୍ଯ୍ୟନ୍ତ ସିଲିଣ୍ଡର ପିଛା ୨୨୫ ଟଙ୍କା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ୍ ୮୪୫.୫୦ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ୍ ୮୧୯ ଟଙ୍କାରେ ପହଞ୍ଚିଛି । କିନ୍ତୁ ପେଟିଏମ୍ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି । ଯାହା ଅଧୀନରେ ଆପଣ ମାତ୍ର ୧୧୯ ଟଙ୍କାରେ ପାଇଁ ୮୧୯ ଟଙ୍କାର ସିଲିଣ୍ଡର ଆଣିପାରିବେ । ଅର୍ଥାତ୍ ଆପଣ ସିଧାସଳଖ ୭୦୦ ଟଙ୍କାର କ୍ୟାସବ୍ୟାକ୍ ପାଇବେ । ତେବେ ଜଣାନ୍ତୁ ଏହି ଅଫର କିପରି ଲାଭ ଉଠାଇବେ ...

ପେଟିଏମରୁ LPG ସିଲିଣ୍ଡର ବୁକ୍ କରି ଆପଣ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଦେଶର ଅଧିକାଂଶ ଭାଗରେ ଯେଉଁଠାରେ ସବସିଡି ପରେ ଏଲପିଜି ସିଲିଣ୍ଡର ୮୧୯ ଟଙ୍କା ରହିଛି । ଆପଣ ପେଟିଏମର ସ୍ୱତନ୍ତ୍ର କ୍ୟାସବ୍ୟାକ୍ ର ସୁଯୋଗ ନେଇ ଏହାକୁ ମାତ୍ର ୧୧୯ ଟଙ୍କାରେ କିଣି ପାରିବେ ।

ଜାଣନ୍ତୁ କିପରି ଉଠାଇବେ ଅଫରର ଲାଭ ...
>> ଯଦି ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ନାହିଁ ତେବେ ଏହାକୁ ପ୍ରଥମେ ଡାଉନଲୋଡ୍ କରନ୍ତୁ
>> ଏହାପରେ ପେଟିଏମ୍ କୁ ଯାଆନ୍ତୁ ଓ Show more ଉପରେ କ୍ଲିକ୍ କରନ୍ତୁ
>> ବର୍ତ୍ତମାନ ''recharge and pay bills' ଅପ୍ସନକୁ ଯାଆନ୍ତୁ
>> ଏହାପରେ book a cylinder' ଅପ୍ସନ୍ ଖୋଲନ୍ତୁ
>> ଭରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନ ଗ୍ୟାସ୍ରୁ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ବାଛନ୍ତୁ
>> ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର LPG ID ଏଣ୍ଟ୍ରି କରନ୍ତୁ
>> ଏହା ପରେ ଆପଣଙ୍କୁ ପେମେଣ୍ଟ ଅପ୍ସନର ବିକଳ୍ପ ଦେଖିବେ
>> ବର୍ତ୍ତମାନ ପେମେଣ୍ଟ ପୂର୍ବରୁ ଅଫରରେ 'FIRSTLPG' ପ୍ରୋମୋ କୋଡ୍ ଏଣ୍ଟ୍ରି କରନ୍ତୁ

ସର୍ତ୍ତାବଳୀ
ଯେଉଁ ଗ୍ରାହକ ମାନେ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରୁଛନ୍ତି ସେମାନେ ୭୦୦ ଟଙ୍କା ପର୍ଯ୍ୟନ୍ତ ଏହି କ୍ୟାସବ୍ୟାକ୍ ପାଇପାରିବେଏହି କ୍ୟାସବ୍ୟାକ୍ ଅଫର ୩୧ ମାର୍ଚ୍ଚ ୨୦୨୧ ରେ ସମାପ୍ତ ହେବ । ଅର୍ଥାତ୍ ଶସ୍ତା ଏଲପିଜି ସିଲିଣ୍ଡର କିଣିବାକୁ ଆପଣଙ୍କୁ ମାତ୍ର ୭ ଦିନ ବାକି ଅଛି । ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ ଏକ କ୍ୟାସବ୍ୟାକ୍ ସ୍କ୍ରାଚ୍ କାର୍ଡ ପାଇବେ । ଏହି ସ୍କ୍ରାଚ୍ କାର୍ଡକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ ।

ଆମାଜନ ପେ ମାଧ୍ୟମରେ ମଧ୍ୟ ୫୦ ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ
ଏହା ବ୍ୟତୀତ ଇଣ୍ଡେନ୍ ଏଲପିଜି ଗ୍ରାହକମାନେ ଆମାଜନ ପେ ମାଧ୍ୟମରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରି ୫୦ ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ ।
Published by: Jagdish Barik
First published: March 25, 2021, 11:41 AM IST