ବଢ଼ିଲା ସିଲିଣ୍ଡର ଦର (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ଜୁନ୍ ୧ରେ, LPG ସିଲିଣ୍ଡରର ନୂଆ ଦର ଲାଗୁ ଓ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଏହି ସିଲିଣ୍ଡର ଆଜିଠାରୁ ୧୩୫ ଟଙ୍କା ଶସ୍ତା ହୋଇଛି। ସରକାରୀ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ବ୍ୟବସାୟିକ ସିଲିଣ୍ଡରର ହାରକୁ ୧୩୫ ଟଙ୍କା ହ୍ରାସ କରିଛି, ଏହା ପରେ ଇଣ୍ଡେନ୍ ସିଲିଣ୍ଡର ୧୩୫ ଟଙ୍କା ଶସ୍ତା ହେବ ଓ ସିଲିଣ୍ଡର ପିଛା ୨୨୧୯ ଟଙ୍କା ମୂଲ୍ୟରେ ଦିଲ୍ଲୀରେ ଉପଲବ୍ଧ ହେବ।
ଘରୋଇ ଗ୍ରାହକଙ୍କୁ ଆରାମ ନାହିଁ
ଘରୋଇ ଗ୍ରାହକ ଯଥା ୧୪.୨ କେଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କୁ ଆଜି ଏହି ସିଲିଣ୍ଡର ଉପରେ କୌଣସି ଆରାମ ମିଳିନାହିଁ। ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ମେ ୧୯ ରେସମାନ ଦରରେ ରହିଛି।
ଆପଣଙ୍କ ସହରରେ ସିଲିଣ୍ଡରର ହ୍ରାସ ମୂଲ୍ୟ ଜାଣନ୍ତୁ (୧୯ KG)
ଦିଲ୍ଲୀରେ ୨୩୫୪ ବବଦଳରେ ୨୨୧୯ରେ ଉପଲବ୍ଧ ହେବ।
୨୩୦୬ ବଦଳରେ ମୁମ୍ବାଇରେ ୨୧୭୧.୫୦ଟଙ୍କା ଉପଲବ୍ଧ ହେବ।
କୋଲକାତାରେ ୨୪୫୪ବଦଳରେ ୨୩୨୨ ଟଙ୍କା ଉପଲବ୍ଧ ହେବ।
ଚେନ୍ନାଇରେ ୨୫୦୭ବଦଳରେ ୨୩୭୩ ଟଙ୍କାରେ ଉପଲବ୍ଧ ହେବ।
ଏପ୍ରିଲ୍-ମେ ମାସରେ କ୍ରମାଗତ ଭାବରେ ମୂଲ୍ୟ ବୃଦ୍ଧି କରାଯାଇଥିଲା।
ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏପ୍ରିଲ ଏବଂ ମେ ମାସରେ ଅନେକ ଥର ବୃଦ୍ଧି ପାଇଛି। ମାର୍ଚ୍ଚରେ, ୧୯ କିଲୋଗ୍ରାମ ସିଲିଣ୍ଡର ଯାହାର ମୂଲ୍ୟ ଦିଲ୍ଲୀରେ ୨୦୧୨ ଟଙ୍କା ଥିଲା। ୧ ଏପ୍ରିଲରେ ୨୨୫୩ ଟଙ୍କାକୁ ଆସିଥିଲା। ଠିକ୍ ଏକ ମାସ ପୂର୍ବରୁ, ମେ ୧ ରେ ଏହାର ମୂଲ୍ୟ ୧୦୨ ଟଙ୍କା ବୃଦ୍ଧି ପାଇଥିଲା। ଏହା ପରେ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡର ୨୩୫୪ ଟଙ୍କା ଆସିଥିଲା।
ରନ୍ଧନ ଗ୍ୟାସ୍ (LPG) ର ମୂଲ୍ୟ ମେ ମାସରେ ଅନେକ ଥର ବୃଦ୍ଧି ପାଇଲା।
ମେ ମାସରେ, ଘରୋଇ LPG ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଲା, ଯାହା ଅଧୀନରେ ଘରୋଇ LPG ୭ ମଇରେ ୫୦ ଟଙ୍କା ବଢ଼ିଥିବା ବେଳେ ୧୯ ମଇରେ ମଧ୍ୟ ଏହା ୩.୫୦ ଟଙ୍କା ବୃଦ୍ଧି ପାଇଲା। ଯାହା ପରେ ଘରୋଇ LPG ୧୦୦୦ ଟଙ୍କା ଅତିକ୍ରମ କଲା। ମେ ୭ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ୧୦ ଟଙ୍କା ହ୍ରାସ ପାଇଥିବାବେଳେ ମେ ୧୯ ରେ ଏହାର ଦର ୮ ଟଙ୍କା ବୃଦ୍ଧି କରାଯାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।