ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ ଦର; ବ୍ୟବସାୟିକ ଗ୍ୟାସ ମୂଲ୍ୟ ହ୍ରାସ

ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରଗୁଡ଼ିକ ମହଙ୍ଗା ହୋଇଛି। ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡର ଉପରେ ଅଧିକ ୫୦ ଟଙ୍କା ଦେବାକୁ ପଡିବ।

 ଏଲପିଜି ସିଲିଣ୍ଡର

ଏଲପିଜି ସିଲିଣ୍ଡର

  • Share this:
News18 Odia Digital

କିଛି ଦିନ ପୂର୍ବେ ବ୍ଯବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପରେ ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରଗୁଡ଼ିକ ମହଙ୍ଗା ହୋଇଛି। ବୁଧବାର ସକାଳେ ଗ୍ୟାସ ବିତରଣ କମ୍ପାନୀଗୁଡିକ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡର ଉପରେ ପୁଣିଥରେ ଆରାମ ମିଳିଛି।

ଇଣ୍ଡିଆନ୍ ଅଏଲ ଅନୁଯାୟୀ, ବର୍ତ୍ତମାନ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡର ଉପରେ ଅଧିକ ୫୦ ଟଙ୍କା ଦେବାକୁ ପଡିବ। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୦୦୩ ରୁ ୧୦୫୩ ଟଙ୍କାକୁ ବୃଦ୍ଧି ପାଇଛି।

ଏହା ପ୍ରଥମ ଥର ପାଇଁ ଘରୋଇ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି ଓ ବ୍ୟବସାୟୀକ ମୂଲ୍ୟ ହ୍ରାସ ପାଇଛି।  ବାଣିଜ୍ୟିକ ସିଲିଣ୍ଡରରେ ପ୍ରଥମ ଦିନରେ ୧୯୮ ଟଙ୍କା ହ୍ରାସ ହୋଇଥିବା ବେଳେ ଅନ୍ୟପଟେ ଆଜି ଏହାକୁ ପ୍ରାୟ ୯ ଟଙ୍କା ହ୍ରାସ କରାଯାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟୀକ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୨,୦୧୨ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଏହାର ମୂଲ୍ୟ ୨,୦୨୨ଟଙ୍କା ଥିଲା।
Published by:Soumya Das
First published: