News18 Odia Digital
ନୂଆ ଦିଲ୍ଲୀ: ଏଲପିଜି ସିଲିଣ୍ଡର ମୂଲ୍ୟ ଡିସେମ୍ବର ମାସର ପ୍ରଥମ ଦିନ ମୁଦ୍ରାସ୍ଫୀତିର ଏକ ବଡ଼ ଧକ୍କା ଦେଇଛି । ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଡିସେମ୍ବର ୧ରୁ LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୦୩.୫୦ ଟଙ୍କାକୁ ବୃଦ୍ଧି କରିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜିଠାରୁ ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ବୃଦ୍ଧି ପାଇଛି। ଏଠାରେ ବର୍ତ୍ତମାନ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨,୧୦୧ ଟଙ୍କାକୁ ବୃଦ୍ଧି ପାଇଛି।
ବର୍ତ୍ତମାନ ଏଗୁଡ଼ିକ ହେଉଛି ବାଣିଜ୍ୟିକ ସିଲିଣ୍ଡରର ନୂଆ ମୂଲ୍ୟ
ଆଜି ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ୨,୧୦୦ ଟଙ୍କା ଅତିକ୍ରମ କରିଛି। ଦୁଇମାସ ପୂର୍ବେ ଏହା ୧,୭୩୩ ଟଙ୍କା ଥିଲା କିନ୍ତୁ ଡିସେମ୍ବର ୧ ତଥା ଅଜିଠୁ ଏହାର ମୂଲ୍ୟ ୨,୧୦୧ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ୨,୦୫୧ ଟଙ୍କା ହୋଇଛି। ଏଥି ସହିତ କୋଲକାତାରେ ୧୯ କିଲୋଗ୍ରାମ ଇନ୍ଧନ ଗ୍ୟାସ ସିଲିଣ୍ଡର ୨୧୭୪.୫୦ ଟଙ୍କା ହୋଇଛି। ଚେନ୍ନାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ପାଇଁ ୨,୨୩୪ ଟଙ୍କା ଦେବାକୁ ପଡ଼ିବ । |
ଘରୋଇ LPG ସିଲିଣ୍ଡରର ମୂଲ୍ୟ ଜାଣନ୍ତୁ
ଯଦି ଆମେ ଘରୋଇ ଏଲପିଜି ସିଲିଣ୍ଡର ବିଷୟରେ କହିବା, ତେବେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ମାତ୍ର ୮୯୯.୫୦ ଟଙ୍କା ଉପଲବ୍ଧ ହେଉଛି । ମୁମ୍ବାଇରେ ସିଲିଣ୍ଡରର ମୂଲ୍ୟ ୮୯୯.୫୦ ଟଙ୍କା ରହିଛି । ଏଥିସହିତ ଏହାର ମୂଲ୍ୟ କୋଲକାତାରେ ୯୨୬ ଟଙ୍କା ଓ ଚେନ୍ନାଇରେ ୯୧୫.୫୦ ଟଙ୍କା ରହିଛି। ସୂଚନାଯୋଗ୍ୟ ଯେ LPGର ମୂଲ୍ୟ ଗତ ଅକ୍ଟୋବରରେ ବୃଦ୍ଧି କରାଯାଇଥିଲା ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।