୬୩୪ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଏଲପିଜି ସିଲିଣ୍ଡରର କ୍ରମାଗତ ମୂଲ୍ୟ ବୃଦ୍ଧିରେ ଅସୁବିଧାରେ ପଡୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ମାତ୍ର ୬୩୩.୫ ଟଙ୍କାରେ ଏଲପିଜି ସିଲିଣ୍ଡର କିଣି ପାରିବେ । ଆମେ ନୂଆ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ବିଷୟରେ କହୁଛୁ । ଆସନ୍ତୁ ଏହି ନୂଆ କମ୍ପୋଜିଟ୍ ଏଲପିଜି ସିଲିଣ୍ଡରର ସୁବିଧା ବିଷୟରେ ଜାଣିବା...
ଯଦି ଆପଣ ଦିଲ୍ଲୀ, ବନାରସ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ ଭଳି ସହରରେ ରୁହନ୍ତି ତେବେ ଆପଣ ଏହାକୁ ୬୩୩.୫୦ ରୁ ୬୯୭ ଟଙ୍କା ପର୍ଯ୍ୟନ୍ତ ରିଫିଲ୍ କରିପାରିବେ । ଏହି ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିବ।
କମ୍ପୋଜିଟ୍ ସିଲିଣ୍ଡରର ବିଶେଷତା ଜାଣନ୍ତୁ
କମ୍ପୋଜିଟ୍ ସିଲିଣ୍ଡର ୧୪.୨ କିଲୋଗ୍ରାମ ଗ୍ୟାସ୍ ସହିତ ବହୁଳ ସିଲିଣ୍ଡର ଅପେକ୍ଷା ସ୍ୱଚ୍ଛ ଓ ହାଲୁକା । ଏହାର କମ୍ ଓଜନ ହେତୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସହଜ। ଯେଉଁ ଘର ଗ୍ୟାସ୍ କମ୍ ଦାମରେ ଅଛି ସେହି ଘର ପାଇଁ ଏହା ବହୁତ ଉପଯୋଗୀ।
୧୦ କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡରର ହାର ଜାଣନ୍ତୁ
ଦିଲ୍ଲୀରେ ୬୩୪ ଟଙ୍କା ଥିବା ବେଳେ ମୁମ୍ବାଇ ମଧ୍ୟ ସମାନ ମୂଲ୍ୟରେ ମୁଳୁଛି । ସେହିପରି କୋଲକାତା ୬୫୨ ଟଙ୍କାରେ ମିଳୁଥିବା ବେଳେ ଚେନ୍ନାଇ ୬୪୫ ଟଙ୍କାରେ ଉପଲବ୍ଧ ଅଛି।
କମ୍ପୋଜିଟ୍ ସିଲିଣ୍ଡର ଦୁଇଟି ପ୍ରକାରରେ ଆସେ
କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ଦୁଇଟି ପ୍ରକାରରେ ଆସେ । ଏଥିରୁ ୧୦ କିଲୋଗ୍ରାମ ଓ ୫ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଅଛି । ୧୦ କିଲୋଗ୍ରାମ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୬୩୩.୫୦ ଟଙ୍କା ଦେବାକୁ ପଡ଼ିବ ଓ ୫ କିଲୋଗ୍ରାମ ଗ୍ୟାସ କମ୍ପୋଜିଟ ଏଲପିଜି ସିଲିଣ୍ଡର ୫୦୨ ଟଙ୍କା ରିଫିଲ ହେବ । ୧୦ କିଲୋଗ୍ରାମ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୩,୩୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡ଼ିବ ସେହିପରି ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୨,୧୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡ଼ିବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।