News18 Odia Digital
ଭୁବନେଶ୍ୱର: ମଙ୍ଗଳବାର ସୁଦ୍ଧା ଭାରତରେ ସୁନା ଦର ଓ ଗ୍ୟାସ ଦର ହ୍ରାସ ପାଇଛି। ଯାହାକୁ ନେଇ ଗ୍ରାହକ ବେଶ ଖୁସି ଥିବାର ଜଣାପଡିଛି। ନଭେମ୍ବର ମାସ ଆରମ୍ଭରୁ ଦର କମିଥିବାରୁ ଲୋକମାନେ ଆଶ୍ୱସ୍ତି ମନେ କରୁଛନ୍ତି।
ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୫୦,୮୪୦ ଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୬୦୦ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ମୂଲ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ଦେଖିବାକୁ ମିଳିଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଥିଲା। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୫୧,୪୪୦ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୧୫୦ ଟଙ୍କା ରହିଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୫୦,୮୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ଆଜି ୪୬,୬୦୦ ଟଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ଏବଂ ୨୨ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୧୬୦ ଟଙ୍କା ହ୍ରାସ ପାଇଛି।
ସେହି ଭଳି ଏଲପିଜି ସିଲିଣ୍ଡର ଦାମ ମଧ୍ୟ କମିଛି। ନଭେମ୍ବର ୧ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ବ୍ୟବସାୟିକ ସିଲିଣ୍ଡରରେ ହିଁ ଏହି ହ୍ରାସ ଘଟିଛି। ଉଲ୍ଲେଖନୀୟ ଘରୋଇ ସିଲିଣ୍ଡରର ଦାମ ଗତ ଜୁଲାଇ ୬ ପରଠୁ କୌଣସି ପରିବର୍ତ୍ତନ ଘଟିନଥିଲା।
ଆଇଓସିଏଲ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ର ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ମିଳିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।