ଯୁ.ପି.ରେ ମସଜିଦ୍‌ ଓ ମନ୍ଦିରର ଲାଉଡ଼୍ ସ୍ପିକରରେ ଏଣିକି ସରକାରୀ ଯୋଜନାର ପ୍ରଚ଼ାର ହେବ

‘‘ଯେଉଁ ଲାଉଡସ୍ପିକର ୟୁ.ପି.ରେ ଅତୀତରେ ଅଯଥା ଉତ୍ତେଜନାର କାରଣ ହୋଇଛି, ଏବେ ତାହା ଏବେ କିଛି ଭଲ କାର୍ଯ୍ୟରେ ଲାଗିବା ଗୋଟେ ଶୁଭଙ୍କର ପ୍ରକ୍ରିୟା,’’ ଉତ୍ତର ପ୍ରଦେଶର ଜଣେ ଅଧିକାରୀ କହିଛନ୍ତି ।

ଯୁ.ପି.ରେ ମସଜିଦ୍‌ ଓ ମନ୍ଦିରର ଲାଉଡ଼୍ ସ୍ପିକରରେ ଏଣିକି ସରକାରୀ ଯୋଜନାର ପ୍ରଚ଼ାର ହେବ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 9, 2020, 5:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ମନ୍ଦିର ଓ ମସଜିଦରେ ଲାଗିଥିବା ଲାଉଡ଼ସ୍ପିକରରେ ସାଧାରଣତଃ ଧାର୍ମିକ ମନ୍ତ୍ର ବା ଭଜନ ଆଦି ବାଜେ, କିନ୍ତୁ ପଶ୍ଚିମ ଉତ୍ତର ପ୍ରଦେଶରେ ଏବେ ତା’ ସହିତ ରାଜ୍ୟ ସରକାରଙ୍କ ନୂତନ କୃଷି ଯୋଜନା ବିଷୟରେ ଲୋକଙ୍କୁ ସୂଚ଼ନା ଦେବା ପାଇଁ ଘୋଷଣା ବି ବାଜିବ ।

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ବିଜେପି ସରକାରଙ୍କ ‘ୟୁପି କିଶାନ ଆସାନ କିସ୍ତ୍ ଯୋଜନା’ ବିଷୟରେ ମନ୍ଦିର ଓ ମସଜିଦରେ ଲାଗିଥିବା ଲାଉଡ଼ସ୍ପିକରରେ ପ୍ରଚ଼ାର ହେବ । ଉତ୍ତର ପ୍ରଦେଶରେ ଧାର୍ମିକ ସ୍ଥଳଗୁଡ଼ିକରେ ଲାଗିଥିବା ଲାଉଡ଼ସ୍ପିକର ଅଧିକାଂଶ ବେଳେ ବିବାଦରେ ରହିଥାନ୍ତି । ଅତାତରେ ଆହାକୁ ନେଇ ସାମ୍ପ୍ରଦିୟିକ ସଂଘର୍ଷ ମଧ୍ୟ ହୋଇଛି ।

ମନ୍ଦିର ଓ ମସଜିଦରେ ଲାଗିଥିବା ଲାଉଡ଼ସ୍ପିକରରେ ସରକାରୀ ଯୋଜନାର ପ୍ରଚ଼ାର କରିବା ନିର୍ଣ୍ଣୟ ବିଷୟରେ ଟାଇମ୍ସ ଅଫ୍‌ ଇଣ୍ଡିଆ ଖବରକାଗଜକୁ ପଶ୍ଚିମାଞ୍ଚଳ ବିଦ୍ୟୁତ ବିତରଣ ନିଗମ ଲିମିଟେଡ଼୍ (PVVNL)ର ଅଧିକାରୀମାନେ ସୂଚ଼ନା ଦେଇଛନ୍ତି ।

PVVNL ର ପ୍ରବନ୍ଧ ନିର୍ଦ୍ଦେଶକ ଅରବିନ୍ଦ ମଲ୍ଳାପା ବଙ୍ଗାରି ଖବରକାଗଜକୁ କହିଛନ୍ତି ଯେ ନିଗମ ଅଧୀନରେ ଥିବା ୧୪ଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ୟୁ.ପି. କିଶାନ ଆସାନ କିସ୍ତ୍ ଯୋଜନାରେ ଅଧିକରୁ ଅଧିକ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଏହି ପଦକ୍ଷେପ ରାଜ୍ୟର ବାକି ଜିଲ୍ଲାମାନଙ୍କରେ ମଧ୍ୟ ନିଆଯାଉଛି ବୋଲି ସେ କହିଛନ୍ତି ।

ଏହି ସରକାରୀ ଯୋଜନାରେ ନଳକୂପ ମାଲିକଙ୍କୁ ବିନା ସୁଧରେ ସହଜ କିସ୍ତିରେ ନିଜ ବିଲ ଜମା କରିବାରେ ସାହାଯ୍ୟ କରିଥାଏ ।

‘‘ଯେଉଁ ଲାଉଡସ୍ପିକର ଅତୀତରେ ଅଯଥା ଉତ୍ତେଜନାର କାରଣ ହୋଇଛି, ଏବେ ତାହା ଏବେ କିଛି ଭଲ କାର୍ଯ୍ୟରେ ଲାଗିବା ଗୋଟେ ଶୁଭଙ୍କର ପ୍ରକ୍ରିୟା,’’ ବିଜୁଳୀ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

PVVNL ର ଏମ୍.ଡ଼ି. କହିଛନ୍ତି ଯେ ମିରଟର ଏକ ଗାଁରେ ଏହି ଯୋଜନାର ପ୍ରଚାର ପାଇଁ ଏକ ଶିବିରକୁ ସେ ଯାଇଥିବା ବେଳେ ଦେଖିଥିଲେ ଯେ ଏହି ଯୋଜନାରେ ଅଧିକତମ ପଞ୍ଜିକରଣ ସୁନିଶ୍ଚିତ କରିବା ପାଇଁ ଯୋଜନାର ବିଜ୍ଞାପନର ଗାଆଁମାନଙ୍କ ଭିତରକୁ ଯଥେଷ୍ଟ ବହୁଳ ଭାବେ ପ୍ରବେଶ କରିନଥିଲା ।

‘‘ସେଇଥି ପାଇଁ ମୁଁ ଯୋଜନାର ପ୍ରବେଶକୁ ଅଧିକତମ କରିବା ଲକ୍ଷରେ ପ୍ରତ୍ୟେକ ସମ୍ଭାବିତ ସାଧନର ଉପଯୋଗ କରିବା ପାଇଁ ସମନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସେ ସାଧନ ଢ଼ୋଲ ପିଟି ପ୍ରଚ଼ାର କରିବା ହେଉ, ପୋଷ୍ଷର ଲଗାଇବା ହେଉ ବା ଏଠାକାର ମନ୍ଦିର ଓ ମସଜିଦ ଭଳି ଧାର୍ମିକ ସ୍ଥାନରେ ଲାଉଡ଼ସ୍ପିକରରେ ଘୋଷଣା କରିବା ହେଉ । ସନ୍ଦେଶ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ଦରକାର,’’ କହିଛନ୍ତି ବଙ୍ଗାରି ।

PVVNLର ଅଧିକାର କ୍ଷେତ୍ରରେ ଥିବା ପଶ୍ଚିମ ୟୁଉତ୍ତର ପ୍ରଦେଶର ୧୪ ଜିଲ୍ଲା ହେଉଛନ୍ତି ମିରଟ୍, ବାଘପତ୍‌, ଗାଜିଆବାଦ୍, ବୁଲନ୍ଦ ସହର୍, ହାପୁଡ଼, ଗୌତ୍ତମ ବୁଦ୍ଧ ନଗର, ସହାରଣପୁର, ମୁଜାଫାରନଗର, ସାମଲୀ, ମୋରାଦାବାଦ, ସାମ୍ଭଲ୍, ଅମରୋହା, ରାମପୁର ଓ ବିଜନୋର ।
First published: February 9, 2020, 5:52 PM IST