News18 Odia Digital
ଗ୍ୱାଲିୟର୍ : ଗ୍ୱାଲିୟର୍ ସହରର ସେବା ନଗର ରାସ୍ତାରେ ଦୁର୍ଗର ପର୍ବତର ପାଦଦେଶରେ ଏକ ଗୁମ୍ଫା ଅଛି, ଯେଉଁଠାରେ ଏକା ସାଙ୍ଗରେ ପୂଜା ପାଉଛନ୍ତି ପ୍ରଭୁ ହନୁମାନ ଓ ଭଗବାନ ଶିବ । ପ୍ରତେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିବାକୁ ବହୁ ଦୂର ଦୂରନ୍ତାରୁ ଆସିଥାନ୍ତି । ସମସ୍ତେ ସେମାନଙ୍କର ଇଚ୍ଛା ପୂରଣ ହେଲେ ସେମାନଙ୍କର ଦକ୍ଷତା ଅନୁଯାୟୀ ଦାନ ମଧ୍ୟ କରଥାନ୍ତି । ଦେବତାଙ୍କୁ ଦର୍ଶନ କରିବା ଓ ପୂଜା କରିବା ପାଇଁ ଗତ ୩୦ ବର୍ଷ ଧରି ମନ୍ଦିରକୁ ଆସୁଥିବା ୮୦ ବର୍ଷୀୟ କୌଲାଶି କୁଶୱା କହିଛନ୍ତି ଯେ ଏଠାରେ ପ୍ରଥମେ ପୁରୋହିତ ମାନେ ପ୍ରଭୁ ହନୁମାନ ଓ ଭଗବାନ ଶିବଙ୍କ ମନ୍ଦିର ସ୍ଥାପନ କରିଥିଲେ ।
ଲୋକମାନଙ୍କ କହିବା ଅନୁଯାୟୀ ପୁରୋହିତଙ୍କୁ ମହାପ୍ରଭୁ ପ୍ରଥମେ ସ୍ବପ୍ନଦେଶ ହେଲେ । ପରେ ଲୋକମାନେ ସେଠାରେ ମହାପ୍ରଭୁଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ । ଖୋଜା ଖୋଜି ପରେ ଭଗବାନଙ୍କ ମୂର୍ତ୍ତି ମିଳିଥିଲା । ଯାହା ପରେ ଭଗବାନଙ୍କ ମୂର୍ତ୍ତିକୁ ସେଠାରେ ପୁରୋହିତ ମାନେ ସ୍ଥାପତି କରିଥିଲେ । ସେହି ସମୟରେ ମନ୍ଦିରକୁ ଯିବା ଆସିବା କରିବା ପାଇଁ ସୁବିଧା ମଧ୍ୟ ନଥିଲା । ଲୋକଙ୍କ ସହଯୋଗରେ ପରେ ରାସ୍ତାର ନିର୍ମାଣ କରାଯାଇଥିଲା । ପରେ ଭକ୍ତଙ୍କ ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।
ମନ୍ଦିରର ବର୍ତ୍ତମାନର ପୁରୋହିତ ସଚିନ ପାରିହାର କହିବାର ଅନୁଯାୟୀ ଏଠାରେ ତାଙ୍କ ବଡ଼ ମହାରାଜ ଅଶୋକ ସିଂ ପ୍ୟାରୀହରଙ୍କ ଦ୍ୱାରା ଭଗବାନଙ୍କ ଉପାସନା ପାଠ କରାଯାଇଥିଲା । ତାଙ୍କ ଦ୍ବାରା ମଧ୍ୟ ପ୍ରଥମେ ପୂଜା ଆରମ୍ଭ କରାଯାଇଥିଲା । ଏବେ ବି ପ୍ରତିଦିନ ମହାପ୍ରଭୁଙ୍କୁ ପୂଜା କରିବାକୁ ମଧ୍ୟ ଆସନ୍ତି । ମନ୍ଦିରଟି ବହୁ ବର୍ଷ ପୁରୁଣା, ଯେଉଁଠାରେ ଅଧିକାଂଶ ଦେବତା ମଧ୍ୟ ଉପସ୍ଥିତ ଅଛନ୍ତି ।
ପଢନ୍ତୁ ଏହି ଖବର :
http://ଜିତିଲା ନ୍ୟୁଜିଲାଣ୍ତ ; ଫାଇନାଲରେ ଭାରତମନ୍ଦିରଟି ଗୁମ୍ଫାର ପାଦଦେଶରେ ଅବସ୍ଥିତଏହି ମନ୍ଦିର ଗ୍ୱାଲିୟର୍ର ସେବା ନଗର ରାସ୍ତାରେ ପାହାଡ ମଝିରେ ଗୋପାଳ ପର୍ବତର ଗୁମ୍ଫାରେ ନିର୍ମିତ । ଯାହା ବହୁତ ମଧ୍ୟ ଆକର୍ଷଣୀୟ ଦେଖାଯାଏ । ମନ୍ଦିରର ପ୍ରାଚୀନ ସମୟର ଗୁମ୍ଫା ଭିତରେ ପଥର ସ୍ତମ୍ଭ ମଧ୍ୟ ତିଆରି ହୋଇଛି । ଏହି ମନ୍ଦିର ଗ୍ୱାଲିୟର୍ର ଗୁମ୍ଫା ସହିତ ହନୁମାନଜୀ ନାମରେ ପ୍ରସିଦ୍ଧ । ମନ୍ଦିରରେ ପ୍ରତିଷ୍ଠିତ ଶିବଲିଙ୍ଗକୁ ମଧ୍ୟ ବହୁତ ପ୍ରାଚୀନ ବୋଲି କୁହାଯାଏ, ଯେଉଁଥିପାଇଁ ଭକ୍ତମାନେ ବହୁ ଦୂରରୁ ଆସିଥାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।