ଦୁଷ୍କର୍ମ ମାମଲାରେ ଲିଙ୍ଗାୟତ ମଠର ସ୍ବାମୀ ମୁରୁଗାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି

ଦୁଇ ନାବାଳିକାଙ୍କ ଅଭିଯୋଗ ଆଧାରରେ ମିସୁରୁ ନଗର ପୋଲିସ ଶିବମୂର୍ତ୍ତି ମୁରୁଗା ଶରଣରୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ ଏହି ଦୁଇ ନାବାଳିକା ଏହି ମଠ ବିଦ୍ୟାଳୟରେ ପଢୁଥିଲେ। ସାଢ଼େ ତିନି ବର୍ଷ ଧରି ଏମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା।

ଦୁଷ୍କର୍ମ ମାମଲାରେ ଲିଙ୍ଗାୟତ ମଠର ସ୍ବାମୀ ମୁରୁଗାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି

ଦୁଷ୍କର୍ମ ମାମଲାରେ ଲିଙ୍ଗାୟତ ମଠର ସ୍ବାମୀ ମୁରୁଗାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି

  • News18 Odia
  • Last Updated :
  • Share this:
News18 Odia Digital

Rape Case: ଯୌନ ଶୋଷଣ ମାମଲାରେ ସମ୍ପୃକ୍ତ ଲିଙ୍ଗାୟତ ମଠର ସ୍ୱାମୀ ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ଲୁକଆଉଟ୍ ନୋଟିସ ଜାରି କରିଛି।

ନାବାଳିକାଙ୍କ ସମେତ ଅନେକ ପୀଡ଼ିତାଙ୍କ ସହିତ ଯୌନ ଶୋଷଣର ଅଭିଯୋଗରେ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଦୁଇ ନାବାଳିକାଙ୍କ ଅଭିଯୋଗ ଆଧାରରେ ମିସୁରୁ ନଗର ପୋଲିସ ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ଏହି ଦୁଇ ନାବାଳିକା ଏହି ମଠ ବିଦ୍ୟାଳୟରେ ପଢୁଥିଲେ। ସାଢ଼େ ତିନି ବର୍ଷ ଧରି ଏମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା।

ପୀଡିତା ଜୁଲାଇ ୨୪ରେ ହଷ୍ଟେଲ ଛାଡ଼ି ପଳାଇଥିଲେ। ଆଉ ଜୁଲାଇ ୨୫ରେ କଟନପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଅଗଷ୍ଟ ୨୬ରେ, ନଜରବାଦ ପୋଲିସ ଷ୍ଟେସନରେ ଲିଙ୍ଗାୟତ ମଠ ମାଲିକଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ତେବେ ସ୍ବାମୀ କହିଛନ୍ତି ଯେ ତାଙ୍କୁ ଏକ ଷଡ଼ଯନ୍ତ୍ରରେ ସମ୍ପୃକ୍ତ କରାଯାଇଛି ଓ ଏହା ପଛରେ କିଛି ଅନ୍ତର୍ନିହିତ ବ୍ୟକ୍ତି ଅଛନ୍ତି। ଏହି ମାମଲାରେ ସେ ବାହାରକୁ ଆସିବେ ବୋଲି ମଧ୍ୟ ଦାବି କରିଛନ୍ତି।
Published by:Lipina Das
First published: